Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Abstract

3  

Smitarani Barik

Abstract

କପଟୀ କାଳିଆ

କପଟୀ କାଳିଆ

1 min
195



କାହିଁକି କାଳିଆ କପଟ କରୁଛୁ

ଭକତ ଆମେ କି ନୁହଁଇ ତୋର

ବରଷ ଗଡାଉ କରୋନା ଆଳରେ

ଏଇ କଣ ଠିକ୍ ନ୍ୟାୟ ବିଚାର ?


ପୁରୀବାସୀଙ୍କୁ ତୁ ଭାରି ଭଲପାଉ

ସେବା କରୁଛନ୍ତି ବୋଲି ସେ ତତେ

ଆମକୁ ସୁଯୋଗ ଥରୁଟେ ଦେଇ ଦେ

କଣ୍ଟାରେ କୋଳେଇ ଚାଲିବୁ ସତେ ?


ତୁଳସୀକୁ ସଦା ମନରେ ରଖିଲୁ

ଫୁଲକୁ ବି କଲୁ ଅତି ନିଜର

ଜାଣିଶୁଣି ଆଜି ସ୍ନାନ କରୁଅଛୁ

ଜ୍ୱରକୁ ବି ଭାବି ଆପଣା ତୋର ?


ଓଡିଶାରେ ସିନା ଜନ୍ମ ଦେଲୁ ତୁହି

ଆମକୁ ନିଜର ଭାବି ମିଛରେ

ସ୍ୱର୍ଗଦ୍ୱାର ଯିବା ବାଟ ରୋକି ଦେଲୁ

କହରେ କାଳିଆ କେଉଁ ମୋହରେ ?


ଜାତି ଭେଦ ପରା ତୋ ଠାରେ ନଥାଏ

ତଥାପି ଭାବିଲୁ ଆମେ ଅଛୁଆଁ

ରଥ ଦଉଡିକୁ ଛୁଇଁ ପାରିବୁନି

ଲଗାଇ ଦେ ଆମ ଜୁଇରେ ନିଆଁ ।


ଆର ଜନମକୁ ପୁରୀରେ ଆମକୁ

 ଜନମ ଦେବୁରେ ନଭାବି ପର

ତୋ ଅଭଡା ଟିକେ ସାଇତି ରଖିଥା

ଭୋକ ଦାଉ ଆମ କରିବୁ ଦୂର ।




Rate this content
Log in

Similar oriya poem from Abstract