ବରଷା ରାଣୀ
ବରଷା ରାଣୀ
ସାତୋଟି ଋତୁର ମିଳନରେ ସତେ
ଗଢା ସାଥି ତୁମେ ମୋର
ଇନ୍ଦ୍ରଧନୁ ପରି ସାତୋଟି ରଙ୍ଗରେ
ଦିଶେ କେଡେ ମନେହର ।
ପରିରାଇଜର ରାଜଜେମା ତୁମେ
ଆକାଶ ରାଜାର ରାଣୀ
ନୀଳ ନୀଳ ଆଖି ଦିଶଇ ସୁନ୍ଦର
କିମିଆ ତୁମ ଚାହାଣୀ ।
କଥାରୁ ତୁମର ଝରେ ପ୍ରେମ ବର୍ଷା
ହସରୁ ମୁକୁତା ହସେ
ଚାଲିରେ ତୁମର ଫୁଟିଯାଏ ଫୁଲ
ମୁରୁକି ମୁରୁକି ହସେ ।
ରୂପର ଗୁଣର ନାହିଁ ଯେ ଉପମା
ସତେକି ପରଷ ମଣି
ତୁମ ପ୍ରେମ ପାଇଁ ପାଗଳ ସାଜିଲି
ତୁମେ ମୋ ମନର ରାଣୀ ।
ଚାତକ ସଦୂଶ୍ୟ ଚାହିଁ ମୁଁ ରହିଛି
ତୁମେ ମୋ ବରଷା ରାଣୀ
ଢାଳି ପ୍ରେମ ବର୍ଷା ଏ ମନ ଏ ଆଶା
ହୋଇ ଯିବି ତୁମ ରାଣୀ ।