ମୋ ଦେଶର ଉତ୍କଳ ବୀର
ମୋ ଦେଶର ଉତ୍କଳ ବୀର
କରୋନା ଆସିଛି ରଣ ହୁଙ୍କାରେ
ଯୁଦ୍ଧର ଡାକରା ନେଇ ,
ହେ ଉତ୍କଳ ବୀର କାହିଁ ପଛଘୁଞ୍ଚା
ପଡିଛୁ ଆଜି ତୁ ଶୋଇ ।
ଉଠ ଉଠ ତୁହି ଉତ୍କଳର ବୀର
ସଂଗ୍ରାମ ଲାଗି ପ୍ରସ୍ତୁତ ,
କରୋନା ବିରୁଦ୍ଧେ କରିଯାଅ ରଣ
ବିଜୟ ତୋହର ନିଶ୍ଚିତ ।
ରଣ କ୍ଷେତ୍ରେ ତୁହି ନୁହଁଇ ଏକାକୀ
ତୋ ସାଥୀରେ ଦେଶ ବାସୀ ,
କରୋନାକୁ ତଡି ଦେଶରୁ ବିତାଡି
ଆଣି ଦେ ପରେ ଖୁସି ।
ସମ୍ପର୍କଟା ଏତେ ବଡ଼ ନୁହେଁ ଏବେ
ବଡ଼ ପରା ଏଇ ଜୀବନ ,
ସମାଜଠୁ ଟିକେ ଦୂରେଇ ଯା' ତୁ
ସମାଜକୁ ଦେ ପ୍ରାଣ ।
ଉତ୍କଳ ବୀର ବୋଲାଉ ତୁହିରେ
ଉତ୍କଳ ମଉଡ଼ମଣି ,
କରୋନା ଲଢେଇ ଜିତିବା ଆଜି
ଲକ୍ଷ୍ମଣର ରେଖା ଟାଣି ।