Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ପ୍ରାଣ ପାଇଁ ପଣ

ପ୍ରାଣ ପାଇଁ ପଣ

1 min
166



    


ପ୍ରବାଦ ରହିଛି

ଜଳ ର ବହୁଳ ,ବିହୀନ

ସୃଷ୍ଟି ର ବିନାଶ

ଜୀବନ ରେ ବି ସେଇ ପ୍ରଭାବ

ଅଧିକ ସନ୍ତାନ ସମସ୍ୟା ବହୁଳ

ବିନା ସନ୍ତାନ ରେ କାନ୍ଦି ଉଠେ ପ୍ରାଣ

ନିନ୍ଦା ଅପମାନ ସବୁରି ତୁଣ୍ଡରେ।


ସମାଜର କ୍ରୁର ପରିହାସ

ନିଃସନ୍ତାନ ଦ୍ୱାହି ଦେଇ 

କେତେ କଥା ଆଗରେ ପଛରେ

ବୟସ ବି ସରି ଆସୁଅଛି

ଦୁଇ ପ୍ରାଣୀ ଙ୍କ ପ୍ରାଣ ହନ୍ତସନ୍ତ।


ଦୋଷ କେଉଁଠି ନା କେଉଁଠି

ନିବାରଣ ପନ୍ଥା ବି ବିଫଳ

ସବୁ କିଛି ଉନ୍ନତି କରଣ

ନୂତନ ପ୍ରାଣ ବିକଶିତ 

ସେଇ କ୍ରମରେ ଟେଷ୍ଟ ଟ୍ୟୁବ୍ ବେବୀ

ନିନ୍ଦା ମୁକ୍ତି ର ଫନ୍ଦା 

କୋଳ ଶୂନ୍ୟ ଜନିତ ନିନ୍ଦା ରୁ ମୁକ୍ତି

ହେଉ ପ୍ରାଣ ବିକଶିତ।


ପ୍ରାଣ-ଦାତା ହିଁ ପ୍ରାଣ ଶକ୍ତି ର ଆଧାର

ସାଂସାରିକ ଜିବନ ରେ କାନ୍ଦୁ ଅଛି ପ୍ରାଣ

କୋଳ ଶୂନ୍ୟ ନିନ୍ଦା ରେ କବଳିତ ପ୍ରାଣ

ପ୍ରାଣ ପାଇଁ ଏବେ ହୃଦୟ ରେ ପଣ

ଯୋଜନା କାର୍ଯ୍ୟକାରୀ ପାଇଁ ବି ପଣ।


ସଫଳ ହୋଇଛି ଯୋଜନା

ପୂର୍ଣ୍ଣ ବିକଶିତ ପ୍ରାଣ 

ଖୁସିର ଲହରୀ, ବ୍ୟାକୁଳିତ ପ୍ରାଣୀଙ୍କ ପ୍ରାଣରେ

ନୂଆ ପ୍ରାଣ,ନୂଆ ରୂପରେ

କିଏ କଣ କହିବାର ଭୟ ଆଉ ନାହିଁ

କୂତ୍ରିମ,ପ୍ରାକୃତିକ ର ଦ୍ୱାହି ଦେଇ

ଏ ଦୁନିଆ କିଛି ନ କିଛି କହିବ

ଯିଏ ଯାହା କହୁ

ଯାହାର ପ୍ରାଣ ଦେଖୁଛି,ଏକ ବିକଶିତ ପ୍ରାଣ

ସେଇ ଖୁସିର ପ୍ରାଣ ହିଁ,ଖୁସି ର କାରଣ।



Rate this content
Log in

Similar oriya poem from Abstract