STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

କପାଳ ଲିଖନ ଦୋଷ ନିବାରଣ

କପାଳ ଲିଖନ ଦୋଷ ନିବାରଣ

3 mins
17


କଥା ଛଳେ କୁତୁହଳେ ସେଇ କଥା

ସବୁ ସେ ଉପର ବାଲା 

କପାଳ ଲିଖନ କେ କରିବ ଆନ

ବିହି ଯାହା ଲେଖି ଥିଲା

କିଏ ସେଇ ଉପର ବାଲା ପ୍ରଶ୍ନରେ

ଉତ୍ତର ଦେଉଛି କିଏ!

ଉପର ବାଲା ର ସ୍ବରୂପ ଦେଖିବା

ସହଜେ ସମ୍ଭବ ନୁହେଁ 

ଆଧ୍ୟାତ୍ମିକ ଶକ୍ତି ଅବା ଭଗବାନ

ସର୍ବବ୍ୟାପୀ ଅଦୃଶ୍ୟରେ

ଅଲୌକିକ ଶକ୍ତି ଅଦୃଶ୍ୟରେ ରହି

ସବୁ ନିୟନ୍ତ୍ରଣ କରେ

ହୃଦୟରେ ଭାବନାତ୍ମକ ଆବେଗ 

ବିଶ୍ୱାସ ସହ ଜଡ଼ିତ

ତଥା କଥିତ ଈଶ୍ୱର ବିଶ୍ଵାସରେ

ବ୍ରହ୍ମାଣ୍ଡ ପରିଚାଳିତ

ବାୟୁ ଦୃଶ୍ୟମାନ ନୁହଁଇ ସମ୍ଭବ

ଶ୍ୱାସ ପ୍ରଶ୍ୱାସେ ଆବାସ

ପୁଷ୍ପ ଗନ୍ଧ ଦୃଶ୍ୟମାନ ଅସମ୍ଭବ

ଅନୁଭବ ହିଁ ଆଭାସ

କେଉଁଠାରେ ଶକ୍ତି ଅଛି କେତେ ଗୁଣ

କଦାପି ହୁଏନି ଦେଖି

ଶକ୍ତି ଆକଳନ ଜାଣେ ଅନୁଭବୀ

ନିରେଖି ଅବା ପରଖି


ଆଧୁନିକତାର ଉତ୍ତାଳ ପ୍ରୀତିରେ

ପ୍ରଳୟ ରୂପ ଧାରଣ

ଜନ ମାନସରେ ନିହିତ ପ୍ରାୟତଃ 

ବିଜ୍ଞାନର ଅବଦାନ

ବିଜ୍ଞାନର ବିଶେଷ ସହାୟତାରେ

ଏ ମଣିଷ ବଳବାନ 

ବିଭୁ ଙ୍କୁ କଳ୍ପିତ କାହାଣୀ ନାୟକ

ଭାବେ କରୁଛି ଚିତ୍ରଣ 

ନିଜକୁ ସ୍ଵୟଂ ସମ୍ପୂର୍ଣ୍ଣ ଭାବନାର

ଶିଖର ଦେଶରେ ରଖି

ବସ୍ତୁବାଦୀ ସଭ୍ୟତାର ଆଢ଼ୁଆଳେ 

ନିଜେ ମଣିଷ ପରଖି

ଆଧ୍ୟାତ୍ମିକ ଅନୁଭବକୁ ଅବଜ୍ଞା

ଗର୍ବ ମଣିଷ ମନରେ

ଭୋଗବାଦୀ ଜୀବନ ଯାତ୍ରାର ଜୟ

ଜୟ ଧ୍ୱନି ସମାଜରେ

ଈଶ୍ୱର ବିଶ୍ବାସର ତଥା କଥିତ

ଧର୍ମ ପ୍ରତି ଅନୁରୁକ୍ତ

ଆତ୍ମନିଷ୍ଠତା ର ଗର୍ବ ହୃଦୟରେ

ଧର୍ମ ଚିନ୍ତା ପ୍ରତିହତ

ଧର୍ମ ଭୀରୁ ସହ ଈଶ୍ୱରଙ୍କୁ ଭକ୍ତି

ମନରେ ନାହିଁ ଚିନ୍ତନ

ଅଦୃଶ୍ୟ ଈଶ୍ୱରଙ୍କ ପ୍ରତି ବିଶ୍ଵାସ

ହୃଦୟରେ ନାହିଁ ସ୍ଥାନ


ଯୁଗ ହେଉ ପ୍ରାଚୀନ ଅବା ନବୀନ

ମଣିଷ ମନରେ ଭୟ

ସତ୍ୟ ମଣେ ହୃଦେ ଈଶ୍ବରଙ୍କ ସତ୍ତା

ନିଜେ ଯେବେ ଅସହାୟ

ବୋଧେ ଭାଗ୍ୟ ଓ ଭଗବାନ ଅଭିନ୍ନ 

ଉଭୟ ସ୍ଥିତି ସମ୍ପ୍ରତି

ଘଟଣା, ଦୁର୍ଘଟଣା ଓ ବିଭୀଷିକା

ଆଢ଼ୁଆଳେ ଅଛି ଶକ୍ତି

ଯଦି ଈଶ୍ୱର ସ୍ଵୟଂ ବିଶ୍ଵ ନିୟନ୍ତା

ମଙ୍ଗଳ-କାରୀ ଓ ଦାତା 

ଅମଙ୍ଗଳ ଅଘଟଣ ଆଢ଼ୁଆଳେ 

ବୋଧେ ଆସୁରିକ ସତ୍ତା!

ଅଦୃଶ୍ୟ ଉଦ୍ଦେଶ୍ୟେ ଆତ୍ମ ସମର୍ପଣ

ଶୁନ୍ୟକୁ ଦୃଷ୍ଟି ନିରେଖି 

ଗ୍ରହଣୀୟ ସବୁ ପ୍ରଭୁଙ୍କର ଇଚ୍ଛା

ନିଜ ପାଇଁ ନିଜେ ସାକ୍ଷୀ

କଦାପି ପ୍ରତ୍ୟକ୍ଷ ଅନୁଭବ ବିନା

ଅଦୃଶ୍ୟ ପାଶେ ଶରଣ 

ଆତ୍ମ ସତ୍ତା ଆଲୋକିତ ଥିବା ସତ୍ତ୍ବେ

ଆତ୍ମା କରେ ସମର୍ପଣ

ସନ୍ତାପିତ ହୃଦୟରେ ନିବେଦନ

ସମସ୍ୟା ହେଲେ ବିଷମ

ଭବିଷ୍ୟତ ବକ୍ତା ଜ୍ୟୋତିଷଙ୍କ କଥା

ଶୁଣି ହୁଏ ମତି ଭ୍ରମ

ଜ୍ୟୋତିଷଙ୍କ ପରାମର୍ଶ ବେଦ ବାକ୍ୟ 

ହୃଦୟଙ୍ଗମ ସହିତ

ଦୁର୍ମୂଲ୍ୟ ମଣି ଖଚିତ ମୁଦ୍ରିକା ରେ

ଅଙ୍ଗୁଳି ହୁଏ ଶୋଭିତ

କର କପାଳ ଓ କୋଷ୍ଠି ସହ ଭାଗ୍ୟ 

ଭବିଷ୍ୟତ ନିୟନ୍ତ୍ରଣ

ନିର୍ଦ୍ଦିଷ୍ଟ ସଂକେତ ଲୁକ୍କାୟିତ ଭାବେ

ସମ୍ୟକ୍ ମାର୍ଗଦର୍ଶନ


ଉଚ୍ଚ ପଦବୀରେ ଶିକ୍ଷିତ ମଣିଷ

ହୃଦେ ଭବିଷ୍ୟତ ଚିନ୍ତା

ହସ୍ତ ରେଖା ବିଶାରଦ ଜ୍ୟୋତିଷଙ୍କ

କଥା ଶୁଣି ନତ ମଥା 

ଆଦିମ ଯୁଗର ଅନ୍ଧ ବିଶ୍ବାସରେ

ସମ୍ପ୍ରତି ସଭ୍ୟ ମଣିଷ

ରୋଗ ଦୁଃଖ ସମସ୍ୟାରୁ ମୁକ୍ତି ଅର୍ଥେ 

ଗୁଣିଆ ପ୍ରତି ବିଶ୍ୱାସ

ବିଷଧର ସର୍ପ ଦଂଶନେ ତଥାପି

ବିଷ ହରଣ ଆଶାରେ

ଗୁଣିଆ ମନ୍ତ୍ର କୁ ବିଶ୍ୱାସ ହେଉଛି

ପ୍ରାଣ ବଞ୍ଚି ରହିବାରେ

ସନ୍ଦେହରେ ସେହି ଗୁଣିଆ ମଣିଷ

ହୁଏ ହତ୍ୟାର ଶିକାର

ସନ୍ଦେହର କୁହେଳିକା ଆଢ଼ୁଆଳେ 

ଉଜୁଡି ଯାଏ ସଂସାର 

ପ୍ରଚାର ହେଉଛି ଗଣ ମାଧ୍ୟମରେ

କିଛି ଦୈବୀ ବାର୍ତ୍ତା କଥା

ଅନ୍ୟକୁ ପ୍ରଚାର କରି କରାଇଲେ

ଦୂର ହେବ ଦୁଃଖ ବ୍ୟଥା 

ଅହେତୁକ ଆଶଙ୍କା ଓ ଅସ୍ଥିରତା

କ୍ରମେ ବ୍ୟାପେ ରୋଗ ପରି

ପ୍ରଚାର ପ୍ରସାର ଐଶ୍ଵରିକ ବାଣୀ

ସତେ ବା ବେପାର ପରି

ବାସ୍ତୁ ବିଚାରରେ ଅଦୃଶ୍ୟ ତତ୍ତ୍ୱକୁ

ଈଶ୍ୱରଙ୍କ ଦ୍ୱାହି ଦେଇ

ନିର୍ମାଣ ଜନିତ ତ୍ରୁଟି ଦର୍ଶାଯାଇ 

ପ୍ରତିକାର ଅଛି ରହି


ବିଶ୍ୱାସ ଅବିଶ୍ବାସ ଆସ୍ଥା ଅନାସ୍ଥା 

ଉର୍ଦ୍ଧରେ ସର୍ବ ସମ୍ପର୍ନ୍ନ

ସର୍ବ ବ୍ୟାପୀ ଈଶ୍ୱର ହିଁ ଅଦୃଶ୍ୟରେ

ପରୋକ୍ଷରେ ହିଁ ଗ୍ରହଣ

ଅପଶକ୍ତି ର ଭାର ହେଲେ ଅସମ୍ଭାଳ

ଈଶ୍ୱରଙ୍କ ଅବତାର

ଧରା ପୃଷ୍ଠରେ ଅବତରଣ ପରେ

ଅସୁର ହୁଏ ସଂହାର

ଯେଉଁ ଭାବେ ଅଦୃଶ୍ୟ ଶକ୍ତି ନାମରେ 

ବିଶ୍ୱାସ ଈଶ୍ୱର ପ୍ରତି 

ସେହି ଭାବେ ଭୌତିକ ଜଗତେ ପ୍ରାୟ 

ବେପାର ହୁଏ ସମ୍ପ୍ରତି

ଧର୍ମ ଅନୁଷ୍ଠାନ,ଜ୍ୟୋତିଷ,ଗୁଣିଆ

ଯନ୍ତ୍ର ମନ୍ତ୍ର ତନ୍ତ୍ର ସହ

ଅଦୃଶ୍ୟ ଶକ୍ତି ସହ ପ୍ରାୟ ସଂଯୁକ୍ତ 

ହୁଏ ମଣିଷ ପ୍ରତ୍ୟହ

ହିଂସା ଈର୍ଷା ହତ୍ୟା ଯୁଦ୍ଧ ବିଭୀଷିକା

ସବୁ ମଣିଷ କୃତ

ବିଶ୍ଵାସ ନ ଥାଇ ଅଦୃଶ୍ୟ ଶକ୍ତିରେ

ହେଉଛି ପରିଚାଳିତ !!!      


ବିଶ୍ୱାସ,ଅବିଶ୍ବାସ , ଅନ୍ଧବିଶ୍ୱାସ

ସହ ମଣିଷ ଜୀବନ 

ଦୋଷ ଅପରାଧ ପାପ ମୁକ୍ତି ଅର୍ଥେ

ଭିନ୍ନ ଉପାୟେ ନିଦାନ

ପ୍ରାୟଶ୍ଚିତ ତଥା ପ୍ରତିକାର ଧାରା 

ରହିଛି ବଳବତ୍ତର 

ବିଶ୍ୱାସ ସହିତ ଜଡିତ ଜୀବନ

ପାପ ଦୋଷ ପ୍ରତି ଡର

ସ୍ଥାନ କାଳ ପାତ୍ର ହେଲେ ହେଁ ଅଲଗା

ପ୍ରାୟଶ୍ଚିତ ଅନିବାର୍ଯ୍ୟ 

ଜ୍ଞାତ ଅଜ୍ଞାତ ରେ ପାପ ଅବା ଦୋଷ

ହୁଏ ପ୍ରତିକାର କାର୍ଯ୍ୟ

ସ୍ଵଚକ୍ଷୁରେ ଦେଖି ଯଦିଓ ବିଶ୍ୱାସ

ବିଧେୟ ଶାସ୍ତ୍ର ସଙ୍ଗତ

ତଥାପି ନ ଦେଖି ମନରେ ବିଶ୍ୱାସ 

ପାପ ଦୋଷ ସମ୍ପର୍କିତ


ସୂର୍ଯ୍ୟ ପୂର୍ବ ଦିଗେ ଉଦୟ ସର୍ବଦା

ପଶ୍ଚିମରେ ହୁଏ ଅସ୍ତ

ଯୁଗ ଯୁଗ ଧରି ବିଶ୍ବାସର ଯୋଗ୍ୟ 

ଯାହା ଚିରନ୍ତନ ସତ୍ୟ

ଐଶ୍ୱରିକ ସତ୍ତା କେବଳ ବିଶ୍ୱାସ 

ଆଖିରେ ଦେଖିବା ବୃଥା

ବାୟୁର ଅସ୍ତିତ୍ବ ଅନୁଭବ ମାତ୍ର

ଯେପରି ବିଭୁ ଙ୍କ ସତ୍ତା

ଜ୍ୟୋତିଷ ପାଠର ଗ୍ରହ ରାଶି କଥା

ବିଶ୍ୱାସ ଓ ଅବିଶ୍ବାସ

ଆଶା ଶୁନ୍ୟ ହୃଦେ ଗ୍ରହ କରାମତି

ସହଜେ ହୁଏ ବିଶ୍ୱାସ

ବିଜ୍ଞାନ ର ଅଗ୍ରଗତି ସମାଜରେ

ମଣିଷ ବି ଅନୁରୁକ୍ତ

ପୁଣି ପାପ ଦୋଷ ମୁକ୍ତି ଭାବନାରେ 

ଗ୍ରହ ପ୍ରତି ଭୟ ଜାତ 

କର କୋଷ୍ଠି କପାଳ ର ଲେଖା ପ୍ରତି

ଅହେତୁକ ଭୟ ଜାତ

ଦ୍ଵନ୍ଦ ଜାତ ହୁଏ ହୃଦୟ ଭିତରେ

କେଉଁ ପଥ ଉପଯୁକ୍ତ

ରାଜ ଦଣ୍ଡ ,ଗ୍ରହ ଦୋଷ, ବାସ୍ତୁ ଦୋଷ

ମାଙ୍ଗଳିକ, ପିତୃ ଦୋଷ

କାଳ ସର୍ପ ଦୋଷ ପୁଣି ବନ୍ଧ୍ୟା ଦୋଷ 

ମଣିଷ ପାଇଁ ଏ ଦୋଷ !!! 

ବିଶ୍ବାସର ଧାରେ ବେପାର ହେଉଛି

ଅଭାବୀ ମଣିଷ ସହ

ଦୋଷ ଦେଖୁ ଦେଖୁ ସରୁଛି ଆୟୁଷ

ସମସ୍ୟା ବି ଭୟାବହ 

ଗୋରୁ କନ୍ୟା ଜମି ଯୋଗାଯୋଗ

ଯୋଗ ନ ଥିଲେ ହିନସ୍ଥା

ଧନ ମନ ସହ ଥିଲେ ବି ଉତ୍କଣ୍ଠା

ବିନା ଯୋଗେ ଦୂରାବସ୍ଥା

ଜ୍ୟୋତିଷ କଥାରେ ଉପାୟ ରହିଛି

ଉପାୟ ସହ ବେପାର

ତାବିଜ ସହିତ ତମ୍ବା ପତ୍ର ଯନ୍ତ୍ର

ଧାରଣ ରତ୍ନ ପଥର

ଖାଣ୍ଟି ଗୁଆ ଘିଅ ପୋଡ଼ି ହୋମ ହେବ

ପାପ ମୁକ୍ତି ଗ୍ରହ ଶାନ୍ତି

ପାପ ଦୋଷ ଆଢ଼ୁଆଳରେ ବେପାର

ଚାଲୁ ରହିଛି ସମ୍ପ୍ରତି

ନୈଷ୍ଠିକ ବ୍ରାହ୍ମଣ ବାସ୍ତୁ ଶିଳ୍ପୀ ଶାସ୍ତ୍ରୀ

ଜାଣି ନିଜ ସ୍ବାସ୍ଥ୍ୟ ଦୋଷ

ଡାକ୍ତରଙ୍କ ପରାମର୍ଶ ଓ ଔଷଧ

ସହ ସ୍ବାସ୍ଥ୍ୟ ଦୋଷ ନାଶ 

ନିଜ ଶାସ୍ତ୍ର ବିଦ୍ୟା ଅନ୍ୟ ପାଇଁ ଲାଗୁ

ଶାସ୍ତ୍ର ବାକ୍ୟ ଧାରେ ଧାରେ 

ସତେ ଅବା ନିଜେ ପାପ ଦୋଷ ମୁକ୍ତ

ଗ୍ରହ ତାଙ୍କ ଆୟତରେ

ମୃତ୍ୟୁ ପରେ ଦୋଷ ପୁଷ୍କର ନାମରେ

ପୁଣି ପାଦ ହିସାବରେ

ଅଧିକା ପାଦ ରେ ଅଧିକା ବିଧାନ

ଖର୍ଚ୍ଚାନ୍ତ ସେଇ ମାତ୍ରାରେ

ପ୍ରତି ବର୍ଷ ଶ୍ରାଦ୍ଧ, ଶ୍ରାଦ୍ଧ ବିନା ଦୋଷ

ଦୋଷ ର ପୁଣି ଉପାୟ

ଅକାଳ ମୃତ୍ୟୁ ବି ନୂତନ ଅଧ୍ୟାୟ

ଦୋଷ ପ୍ରାୟ ଭୟାବହ


ସମସ୍ୟା ଘେରରେ ଅଛି ଏ ଜୀବନ

ବଞ୍ଚିବା ପାଇଁ ସଙ୍ଘର୍ଷ

ଚଳନ୍ତି ସମସ୍ୟା ବିପଦ ଓ ଦୁଃଖ

କାଳ କ୍ରମେ ହୁଏ ଶେଷ 

ପାପ ଅପରାଧ ଦୁର୍ବଳ ଭାବନା

ଡର ଭୟେ ପ୍ରାୟଶ୍ଚିତ 

ବିଶ୍ୱାସ ସହିତ ଖେଳ ହେଉଅଛି

ପ୍ରତିକାର ବିଧି ମାତ୍ର

ଦୁର୍ବଳ ମାନସିକତା ପ୍ରାୟତଃ

ପ୍ରାୟଶ୍ଚିତ ଆଢ଼ୁଆଳେ 

ଅପରାଧ ପାଇଁ ଦଣ୍ଡର ବିଧାନ

ରହିଛି ରହିବ ବଳେ

ସୁଖ ସମୟରେ ନ ଥାଏ ଭାବନା

କିଏ ସେ ଉପର ବାଲା 

କେବଳ ଅଭାବ ଅବା ବିପଦରେ

ସ୍ମରଣ ଉପର ବାଲା 

କର କୋଷ୍ଠି କପାଳ ର ଦ୍ୱାହି ଦେଇ

ଅଦୃଶ୍ୟ ଶକ୍ତି ନାମରେ 

ପୂଜା ଆରାଧନା ହୋମ ଯଜ୍ଞ ବିଧି

ଉପର ବାଲା ନାମରେ

ପ୍ରତିକାର ପ୍ରାୟଶ୍ଚିତ ଆଢ଼ୁଆଳେ 

ନାମ ଉପର ବାଲା ର 

ହୃଦୟରେ ଆଧ୍ୟାତ୍ମିକ ଚିନ୍ତାଧାରା 

ହୁଅଇ ବଳବତ୍ତର

ସତ୍ୟ ପଥେ ରହି ଭଲ କର୍ମ କଲେ 

ସୁଫଳ ନିଶ୍ଚେ ମିଳିବ

କଳୁଷିତ ଚିନ୍ତାଧାରା ଥିଲେ ମନେ

ଦୁର୍ଦ୍ଦିନ ଅବଶ୍ୟ ହେବ

ଉପର ବାଲା ନାମ ଉଚ୍ଚାରଣ

ପବିତ୍ର ହୃଦୟେ ହେଉ

ପବିତ୍ର ନାମ ଭଜନ କୀର୍ତ୍ତନେ

ତନ ମନ ଶୁଦ୍ଧ ହେଉ ।।


Rate this content
Log in

Similar oriya poem from Drama