STORYMIRROR

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ମାଟି ମା' ଅଛି ଚାହିଁ

ମାଟି ମା' ଅଛି ଚାହିଁ

1 min
15

  

ଅଯାଚିତ ସ୍ନେହ ମମତା ଅଜାଡ଼ି

ମାଆ ସନ୍ତାନ ସୁଖରେ

ଅଳି ଅର୍ଦ୍ଦଳି ଓ ଅଝଟ ପଣିଆ

ସହି ଯାଏ ହସ ଧାରେ

ଦଣ୍ଡେ ନିମିଷକେ ଘରୁ ବାହାରିଲେ 

ଫେରିବା ବାଟକୁ ଚାହିଁ 

ଘରୁ ବାହାରକୁ ,ବାହାରୁ ଘରକୁ

ମନ ମଧ୍ୟେ ଚିନ୍ତା ଥାଇ

ଖାଇବା କଥା ହିଁ ପ୍ରଥମେ କହିବ

ମା ପରା ଚିହ୍ନେ ପେଟ

ପେଟର ଭୋକ କୁ ଚିହ୍ନି ଦିଏ ମାଆ 

ଥାଉ ଯେତେ ଦୁଃଖ କଷ୍ଟ

ତା ପଣତ କାନି ଆଢ଼ୁଆଳେ ରହି

ବାପାଙ୍କ କଡ଼ା କଥାରୁ

ସୁରକ୍ଷା ବଳୟ ସେ ପଣତ କାନି

ଅହେତୁକ ବିପଦରୁ

ନିଷ୍ଠୁରତା ଭରା ବାପାଙ୍କର ଗାଳି

ଶୁଣି ମାଆ ପ୍ରାଣ କାନ୍ଦେ

ନିଜ ସନ୍ତାନଙ୍କୁ କୋଳାଗ୍ରତ କରି

ହାତରେ ହାତକୁ ଛନ୍ଦେ

ସରଳ ପଣିଆ ମାଆର ଚଳଣି

ସାଧା ସିଧା ପୋଷାକରେ

ନିର୍ବିକାର ଭାବେ ଦୁଃଖ ଆପଣାଇ 

ସନ୍ତାନଙ୍କୁ ବେଶ କରେ

ସନ୍ତାନର ଅସୁସ୍ଥତା ସମୟରେ

ନିଜ ସ୍ଥିତି ଭୁଲି ନିଜେ

ବିଚଳିତ ହୃଦେ ଦିନ ରାତି କରେ

ସେବା ଶୁଶ୍ରୁଷା ସହଜେ ।


ଧନ ଜ୍ଞାନ ଯଶ ମାନ ସନମାନ 

ଯେତେ ହେଉ ସନ୍ତାନର

ମରଣ ଶଯ୍ୟାରେ ଥାଇ ବି କହିବ

ସାନ ପିଲା ସବୁ ମୋର

ଜନ୍ମଦାତ୍ରୀ ମାଆ ବ୍ୟତିରେକ ସବୁ

ବିକଳ୍ପ ପ୍ରାୟ ରହିଛି

ଯେଉଁ ପରି ଆଜି ଅନଲାଇନ ରେ

ଉପଲବ୍ଧ ସବୁ କିଛି

ବୃଦ୍ଧା ବୟସରେ ବୃଦ୍ଧାଶ୍ରମେ ଛାଡ଼ି

ସନ୍ତାନ ହେବା କି ମୂଲ୍ୟ?

ମାତୃ ଦିବସର ଆୟୋଜନ କରି

ଭାଷଣ କି ସମତୁଲ?

ମିଳିପାରେ ଜୀବନରେ ସବୁ କିଛି

ମୂଲ୍ୟହୀନ ଅପଦାର୍ଥ

ସେବାକାରୀ ମାଆ ଚିର ବନ୍ଦନୀୟ

ଜନ୍ମଦାତ୍ରୀ ଥରେ ମାତ୍ର

ଉଲଗ୍ନ ଶରୀର ମାତୃ ଗର୍ଭୁ ଆସି

ଫେରିବ ଉଲଗ୍ନ ହୋଇ

ଉଲଗ୍ନ ନ ହେଉ ମାଆର ସମ୍ମାନ

ମାଟି ମାଆ ଅଛି ଚାହିଁ ।



Rate this content
Log in

Similar oriya poem from Classics