STORYMIRROR

Bidyadhar Mantry

Drama Classics Inspirational

4  

Bidyadhar Mantry

Drama Classics Inspirational

ସଂହତି ବଜାୟ ରହୁ

ସଂହତି ବଜାୟ ରହୁ

2 mins
20


ବିଚ୍ଛିନ୍ନତାବାଦୀ ଶକ୍ତି ପ୍ରତିହତ

ଜରୁରୀ ପ୍ରତି କ୍ଷେତ୍ରରେ

ବଳେ ସ୍ଵାଭାବିକ ସଂହତି ପ୍ରକ୍ରିୟା

ଐକ୍ୟ ମନୋଭାବନା ରେ

ମନୋ ବୈଜ୍ଞାନିକ ପ୍ରକ୍ରିୟା ବଳରେ

ସଂହତି ପ୍ରାୟ ବ୍ୟାପକ

ବହୁମୁଖି ପ୍ରକ୍ରିୟାର ଆନୁଗତ୍ୟ

ସ୍ବାର୍ଥ ବି ପରିପୂରକ

ପାରସ୍ପରିକ ସହନଶୀଳତା ର 

ପରିଭାଷା ହିଁ ସଂହତି

ବ୍ୟକ୍ତିଗତ ସଂକୀର୍ଣ୍ଣ ସ୍ବାର୍ଥ ଭାବନା

ଜଳାଞ୍ଜଳି ବି ନିହାତି

ବିଭିନ୍ନତା ମଧ୍ୟରେ ଥାଇ ଏକତା

ଅନେକତ୍ଵରେ ଏକତ୍ଵ 

ସଂହତିର ମୂଳଧାର ମୂଳମନ୍ତ୍ର

ଜାତୀୟତା ଭାବ ଜାତ 

ରାଷ୍ଟ୍ର ନାମେ ପରିଚୟର ସାବ୍ୟସ୍ତ

ଯଦି କରି ପାରେ ଗୋଷ୍ଠୀ

ସେ ଗୋଷ୍ଠୀର ବସତି ପ୍ରକ୍ରିୟା ଆପେ

ସଂହତି ଭାବରେ ପୁଷ୍ଠି 

ସଂହତିର ଆଢ଼ୁଆଳେ ଶାନ୍ତି ମୈତ୍ରୀ

ସର୍ବ ଧର୍ମ ସମ ଭାବ

ସାମାଜିକ ନ୍ୟାୟ ଧର୍ମ ସହିଂଷ୍ଣୁତା 

ଅର୍ଥନୈତିକ ପ୍ରଭାବ ।


ଆଞ୍ଚଳିକ ଭାଷାଗତ ବିଭିନ୍ନତା

ପ୍ରାୟ ପ୍ରତ୍ୟେକ ଦେଶରେ 

ଧର୍ମ ସଂସ୍କୃତି ଓ ପରମ୍ପରା ଭିନ୍ନ

ବିଭିନ୍ନତା ଆଧାରରେ

ଐତିହ୍ୟ,ଭାଷା,ସାହିତ୍ୟ ପୁଣି ଶିଳ୍ପ

ଭିନ୍ନ ଭିନ୍ନ ପ୍ରକାରର

ଭିନ୍ନ ଭିନ୍ନ ସ୍ଥଳେ ବସତି ସ୍ଥାପନ

ଭିନ୍ନ ଆଚାର ବିଚାର

ଆଞ୍ଚଳିକ ଭାଷାଗତ ବିଭିନ୍ନତା  

ତଥା ଧର୍ମ ବିଭିନ୍ନତା

ଭେଦ ଭାବ ଓ ଭିନ୍ନତା ବିହୁନେ

ସମ୍ଭବ ହୁଏ ଏକତା ।


ଆଧ୍ୟାତ୍ମ୍ୟ ଓ ମନସ୍ତାତ୍ତ୍ୱିକ ପ୍ରକ୍ରିୟା

ହେଲେ ଭାବନାରେ ଲିପ୍ତ

ଶାନ୍ତି ପୂର୍ଣ୍ଣ ସହାବସ୍ଥାନରେ ହେବ

ସଂହତି ପଥ ଉନ୍ମୁକ୍ତ

କ୍ଷୁଦ୍ର ଆଞ୍ଚଳିକ ମନୋଭାବ ତ୍ୟାଗ

ଯଦି ହୁଏ ସର୍ବୋପରି

ଜାତୀୟତା ମହା ସ୍ରୋତରେ ସାମିଲ

କ୍ରମେ ସଂହତି ସେପରି ।


କ୍ଷମତା ହାସଲ ପ୍ରକ୍ରିୟା ପ୍ରାୟତଃ 

କଳେ ବଳେ ଓ କୌଶଳେ 

ହିଂସା ଈର୍ଷା ସହିତ ଅରାଜକତା

କନ୍ଦଳ ଉପୁଜେ ବଳେ

ଖଣ୍ଡ ବିଖଣ୍ଡିତ ଚାଷ ଜମି ପ୍ରାୟ

ଜନ ସଂଖ୍ୟା ବୃଦ୍ଧି ବଳେ

କ୍ରମେ ବ୍ୟକ୍ତି ଗତ ଓ ଗୋଷ୍ଠୀ ବିବାଦ

ନିତି ଲୁଚକାଳି ଖେଳେ

ନିଯୁକ୍ତି ଆଶାରେ ସହରାଭିମୁଖୀ

ଗ୍ରାମ୍ୟ ଯୁବକ ଗୋଷ୍ଠୀ

ଶିକ୍ଷିତ ଯୁବକ ନିଯୁକ୍ତି ବିହୁନେ

ବିବାଦ ହେଉଛି ସୃଷ୍ଟି ।

 

ଆଇନ ଶୃଙ୍ଖଳା ଓ ବଳପୂର୍ବକ

ନୁହେଁ ସଂହତି ହାସଲ

ଆବଶ୍ୟକ ଅଛି ଭାବାତ୍ମକ ହୃଦ

ଏକତା ଓ ମନୋବଳ

ପ୍ରଚଳିତ ଗଣତାନ୍ତ୍ରିକ ପଦ୍ଧତି

ଯଦିଓ ବା କାର୍ଯ୍ୟକାରୀ

ଜାତୀୟ ସଂହତି ନିହାତି ଜରୁରୀ

ସଂହତି ହିଁ ସର୍ବୋପରି

ଜାତୀୟ ସଂହତି ପରିଷଦ ପୁଣି

କାର୍ଯ୍ୟରତ ଭାରତରେ

ଜାତୀୟ ସଂହତି ଦିବସ ପାଳନ 

ଅକ୍ଟୋବର ଏକତିରିଶିରେ ।


ଅକ୍ଷର ଟେ ଜାଣି,ଟଙ୍କାଟିଏ ରଖି 

ଧରିଣ ଟୋପାଏ ପାଣି

କହିବାକି ଜ୍ଞାନୀ, ବିତ୍ତଶାଳୀ ଧନୀ

ଅବା ଏକ ପୁଷ୍କରିଣୀ !

ଅଧିକ ପଠନ ଅଧିକ ସଞ୍ଚୟ

ମିଶି ବୁନ୍ଦା ବୁନ୍ଦା ପାଣି

ସମାବେଶ ହୋଇ ରହିଲେ ହିଁ ହେବ

ଜ୍ଞାନୀ ଧନୀ ପୁଷ୍କରିଣୀ

ସେହିପରି ଭାଇ ଚାରା ଭାବ ରଖି

ହେଲେ ଭାବ ଦିଆନିଆ

ସମ୍ପର୍କ ର ସେତୁ ହୋଇବ ସୁଦୃଢ଼

ଶତ୍ରୁ ହୋଇବ ଛାନିଆ

ଅଜ୍ଞାନତା ଯୋଗୁଁ ସ୍ବାର୍ଥ ଲୋଭ ଈର୍ଷା

ଅଭିମାନ ଅହଙ୍କାର

ଅଜ୍ଞାନତା ଦୂର ହେଲେ ହିଁ ସଂହତି

ସମାଜେ ବଳବତ୍ତର

ଧର୍ମ ପୁଣି ରାଜନୀତି ଆଢ଼ୁଆଳେ 

କନ୍ଦଳ ଆଉ ନ ହେଉ 

ହୃଦୟରେ ଆଧ୍ୟାତ୍ମିକ ଚିନ୍ତାଧାରା 

ସର୍ବଦା ଜାଗ୍ରତ ରହୁ

ଶାନ୍ତି ମୈତ୍ରୀ ସ୍ନେହ ଶ୍ରଦ୍ଧା ମନୋଭାବ

ପରଷ୍ପର ପ୍ରତି ଥାଉ

ସତ୍ୟ ଓ ଅହିଂସା ପଥ ଧାରେ ଧାରେ 

ସଂହତି ବଜାୟ ରହୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama