STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ବିନାଶ ହେବେ ଟି ନିଶ୍ଚେ

ବିନାଶ ହେବେ ଟି ନିଶ୍ଚେ

1 min
171


ଯେଉଁ ଗଛ ଡାଳେ ବସି ଅଛୁ ତୁହି


ଖାଉ ଅଛୁ ନିତି ଫଳ,


ରହିଛୁ ଆରାମେ ମୁଖର ହୋଇଣ


ଖାଉଛୁ ସ୍ବାଦିଷ୍ଟ ଫଳ।୧।


ସ୍ବାଧୀନ ପାଇଛୁ କହିବା ବଚନ


ସ୍ବାଧୀନ ଦେଶରେ ଆମ,


ସମ୍ବିଧାନ ସର୍ବେ ଦେଉଛି କହିବା


ଅଧିକାର ହିଁ ଟି ଆମ।୨।


ଦେଶ ଶତ୍ରୁ ପରି ଦେଶର ବିରୋଧେ


କଥା କହିବୁ ଟି ଯେବେ,


ବିନାଶ ନିଶ୍ଚୟ ନାହିଁ ପ୍ରତିକାର 


ଶତ୍ରୁତା କରିବୁ ଯେବେ।୩।


କୃଷ୍ଣ ରାମ ଦେଶ ପବିତ୍ର ଭୂମି ଏ


ଜଗନ୍ନାଥ ଏହୁ ଭୂମି 


ଜନଜନ ପ୍ରତି ପ୍ରେମ ଶ୍ରଦ୍ଧା ଭକ୍ତି


ରଖିଛି ପବିତ୍ର ଭୂମି।୪।


ଶତ୍ରୁତା କରିଲେ ବିନାଶ କରିବ


ଆତ୍ମନିର୍ଭରଟି ଭୂମି,


ଆତ୍ମବିଶ୍ୱାସରେ ନିପୁଣ ଏ ଦେଶ


ନିର୍ଭୀକ ହୋଇଛି ଭୂମି।୫।


ସତ୍ୟ ତ୍ୟାଗ ନ୍ୟାୟ ଧର୍ମପଥଗାମୀ


ସର୍ବଦା ମନ୍ତ୍ରଟି ଯାର,


ଜଗତ କଲ୍ୟାଣେ ସମର୍ପଣ ଭାବ


ଅଳଙ୍କାର ଅଟେ ଯାର।୬।


କୁ ଚକ୍ର ରଚିଲେ ନିସ୍ତାର ନାହିଁ ଟି


ଜଗନ୍ନାଥ ଭୂମି ଏହୁ,


ସବୁ ଦେଖୁ ଛନ୍ତି ଜନ ରୀତିନୀତି


ଜଗତ ଠାକୁର ଏହୁ।୭।


ଯେଉଁ ଗଛ ଡାଳେ ବସି ଅଛୁ ତୁହି


ଖାଉ ଅଛୁ ନିତି ଫଳ,


ରହିଛୁ ଆରାମେ ମୁଖର ହୋଇଣ


ଖାଉଛୁ ସ୍ବାଦିଷ୍ଟ ଫଳ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract