STORYMIRROR

Amulya Kumar Nayak

Abstract

3  

Amulya Kumar Nayak

Abstract

ଏ ବର୍ଷ ଶ୍ରାବଣ

ଏ ବର୍ଷ ଶ୍ରାବଣ

1 min
199


ଏ ବର୍ଷ ଶ୍ରାବଣ ଯେତିକି ବର୍ଷିଲା

   ସେତିକି ଲୁହ ମୋ ଠାରେ

ତଥାପି ଟାଙ୍ଗରା ପଡିଅଛି ଭୂଇଁ

   ଭିଜିବ କା' ଲୁହ ଧାରେ ।।


ପାରୁନି ଭିଜେଇ ତତଲା ଶ୍ରାବଣ

    ମାଟି,ପାଟି ଦିଶେ ଆଁ

ହିଡ ମାଟି ବେଣାମୁଠି ହୋଇଲାଣି

    ଗୋଡରେ ହେଉନି ଘାଆ ।।


ବାଟବଣା ଆଜି ଋତୁ ମଉସୁମୀ

    ମନ ମରୁଭୂମି ପାଶେ

ପାରୁନି ବୁଝେଇ ଟୋପା ଜଳ ଦେଇ

    ନଈ ନାଳ ଶୁଖା ଦିଶେ ।।


କାଗଜ ଡଙ୍ଗା ମୋ ଭାସୁନାହିଁ ଆଉ

    ମୋ' ଗାଆଁ ମୋର ଦାଣ୍ଡେ 

ଗହ୍ମା ପୁନେଇଁର ଗର୍ଭ ପୁରୁନାହିଁ

    ଚକୁଳି ପିଠାରୁ ଖଣ୍ଡେ ।।


ତାଳ ଗଛେ ବଣି ବସା ବାନ୍ଧୁନାହିଁ

    କାଉର ଫୁଟୁନି ଅଣ୍ଡା

ଭିଜା ଶ୍ରାବଣଟା ନିଜେ ଭିଜିବାକୁ

    ମାଗୁଅଛି ଜଳ ବୁନ୍ଦା ।।


ସାରୁବୁଦା ମୂଳେ ରାବୁନି ବେଙ୍ଗୁଲି

    ଗୋଡକୁ କାଟୁନି ଗେଣ୍ଡା

ମାହାରା ପକେଇ ସାହାରା ହୋଇଲେ

    ଫଳିବ କି ଧାନ କେଣ୍ଡା ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract