STORYMIRROR

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ଉପରବାଲା

ଉପରବାଲା

1 min
16


ପରିସ୍ଥିତି ଅନୁକୂଳ ଧାରେ ଧାରେ 

ଜୀବନକୁ ଉପଭୋଗ

ସୁଖ ସ୍ୱାଛନ୍ଦ୍ୟରେ ହଜାଇ ନିଜକୁ

ମଣିଷର ଅନୁରାଗ

ଏ ଧରାକୁ ସରା ମଣୁଛି ମଣିଷ

ମତୁଆଲା ମନ ନେଇ

ପ୍ରଜାପତି ପରି ଫୁଲ ରୁ ଫୁଲ କୁ

ଉଡ଼େ ନୂଆ ଗୀତ ଗାଇ 

ନିଜ ଧନ ଜ୍ଞାନ ସହ ଶକ୍ତି ପ୍ରଦର୍ଶନ

ସାଙ୍ଗ ସାଥି ବନ୍ଧୁ ମେଳେ

ଭୟ ଭକ୍ତି ଅବା ମନ୍ଦିର ଠାକୁର

ମନରେ ନ ଥାଏ ତିଳେ ।


ଜୀବନରେ ମୋଡ ବଦଳାଏ ଯେବେ

ଜୀବନର ଚଲା ପଥ

କୃତ କର୍ମ ଦୋଷ ତ୍ରୁଟି ଭୁଲି କରେ

ନିୟତି ପ୍ରତି ଇଙ୍ଗିତ

କଥା ଛଳେ ଅବା କୁତୁହଳେ କହେ

ସବୁ ସେ ଉପର ବାଲା 

କପାଳ ଲିଖନ କେ କରିବ ଆନ

ବିହି ଯାହା ଲେଖିଥିଲା

କର କୋଷ୍ଠି ଆଉ କପାଳ ଲିଖନ

ପ୍ରତି ବିଶ୍ଵାସ ଜନ୍ମାଇ 

ଦୋଷ ବିଶାରଦ ପରାମର୍ଶ କ୍ରମେ

ପ୍ରତିକାର ବି କରଇ ।


ଉପରବାଲା ର ନାଁ ଓ ଠିକଣା

କିଏ ବା ପାରିବ କହି

ଉପର ବାଲା ର ସ୍ବରୂପ ଦେଖିବା

ଏତେ ସହଜ ନୁହଇ

ସୁଖ ସମୟରେ ନ ଥାଏ ଭାବନା

ଉପରବାଲା ଙ୍କ ପ୍ରତି

ଦୁଃଖ ଅସୁବିଧା ଅଭାବ ସମୟେ

ଉଛୁଳେ ଭୟ ଭକତି

କର କୋଷ୍ଠି କପାଳ ର ଦ୍ୱାହି ଦେଇ

ଅଦୃଶ୍ୟ ଶକ୍ତି ନାମରେ 

ପୂଜା ଆରାଧନା ହୋମ ଯଜ୍ଞ ବିଧି

ଉପରବାଲା ନାମରେ

ପ୍ରତିକାର ପ୍ରାୟଶ୍ଚିତ ଆଢ଼ୁଆଳେ 

ନାମ ଉପରବାଲା ର 

ହୃଦୟରେ ଆଧ୍ୟାତ୍ମିକ ଚିନ୍ତାଧାରା 

ହୁଅଇ ବଳବତ୍ତର ।


ସତ୍ୟ ପଥେ ରହି ଭଲ କର୍ମ କଲେ 

ସୁଫଳ ନିଶ୍ଚେ ମିଳିବ

କଳୁଷିତ ଚିନ୍ତାଧାରା ଥିଲେ ମନେ

ଦୁର୍ଦ୍ଦିନ ଅବଶ୍ୟ ହେବ

ଉପରବାଲା ର ନାମ ଉଚ୍ଚାରଣ

ପବିତ୍ର ହୃଦୟେ ହେଉ

ପବିତ୍ର ନାମର ଭଜନ କୀର୍ତ୍ତନେ

ତନ ମନ ଶୁଦ୍ଧ ହେଉ ।


ଯଦି ସବୁ କିଛି କରି କରାଉଛି 

ଅଦୃଶ୍ୟ ଉପରବାଲା

ଭୟ ଭକ୍ତି କିମ୍ପା ରହୁ ନାହିଁ ହୃଦେ

ପରେ କିଆଁ ଏତେ ପାଲା!

ଜାଣି ଶୁଣି ଅପରାଧ ଅବା ଦୋଷ

କରି କରାଏ ମଣିଷ

ଉପରବାଲା କୁ କିମ୍ପାଇ ଆକ୍ଷେପ

ଯେବେ ହୁଏ ସର୍ବନାଶ !!

ସର୍ବ ଶକ୍ତିମାନ ପୁଣି ଅନ୍ତର୍ଯ୍ୟାମୀ

ଏ କଥା ମନରେ ରହୁ

ସତ୍ୟ ଧର୍ମ ପଥେ ଜୀବନ ଜୀବିକା

ସର୍ବଦା ନିର୍ବାହ ହେଉ ।



Rate this content
Log in

Similar oriya poem from Classics