STORYMIRROR

Barsha Swain

Abstract Others

3  

Barsha Swain

Abstract Others

ନୀଳ ସାଗର

ନୀଳ ସାଗର

1 min
210

   

ଧୁମ୍ରାଭଦିଗନ୍ତ ସତେ ସ୍ପର୍ଶକରେ ଅଗାଧଜଳରାଶିକୁ

ଢେଉ ଢେଉକା ତରଙ୍ଗମାଳ ନୃତ୍ୟ କରନ୍ତି ନିତି

ବିସ୍ତୀର୍ଣ୍ଣ ଜଳରାଶିର ଆଗମନ ପ୍ରସ୍ଥାନରେ

କ୍ଷଣ ପରେ କ୍ଷଣ ବ୍ଯାକୁଳିତ ମନ

ପ୍ରତିମୁହୂର୍ତ୍ତରେ ସୁ ସୁ ନାଦ

ମୁଖରୀତ ଗୁଞ୍ଜରୀତ ବେଳାଭୂମିର ତୀର। 

ଝଲସା ସୂରୁଜର ଝିଲିମିଲି କିରଣ

ନୀଳ ଜଳରାଶି ମଧ୍ୟେ ସ୍ୱର୍ଣ୍ଣର ଭ୍ରମ 

ସୁ ସୁ ଗର୍ଜନ ସର୍ବଦା କରି

ଜଳେ ଓଦାକରେ ବିସ୍ତୀର୍ଣ୍ଣ ବେଳାଭୂମି ।

ଦୂର ଦୂରାନ୍ତରୁ ଝାପ୍ସା ଦର୍ଶନ 

ବୋଇତମାନଙ୍କ ଘନ ଘନ ବୈଠକ

କ୍ଷଣ ପରେ କ୍ଷଣ ପ୍ରତିକ୍ଷଣ

ଲହଡିର ଯା.... ଆସ ଦୃଶ୍ୟ 

ଶାନ୍ତ ମନରେ ଆଶଙ୍କା ଅନେକ

ଆଶାର ଉତଥାନ ପତନ ପରି

ନୀଳାର୍ଣ୍ଣବ ରଚେ ମନେ

ଅପୂର୍ବ ଭାବନା ଆଉ ଭାଷାନ୍ତର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract