ବିବେକ ସାରଥୀଆତ୍ମାର ମୁକତି
ବିବେକ ସାରଥୀଆତ୍ମାର ମୁକତି
ନୂଆ କଳେବର ଦେଲେ ଯେ ଇଶ୍ୱର
ଆତ୍ମାକୁ ସଂସ୍ଥାପି ଦେଲେ
ବିବେକ ବିଚାର ଖଞ୍ଜି ଦେଇ ପୁଣି
ଦୁନିଆକୁ ପଠାଇଲେ ।
ଅବିନାଶୀ ଆତ୍ମା ଦେହ ଦେହଳୀରେ
ଲୁକାୟିତ ଯେ ରଖିଲେ
ଆତ୍ମାର ଚେତନା ପବିତ୍ର ଭାବନା
ଶାନ୍ତି ନିଳୟ କରିଲେ ।
ଜୀବନ ପଥରେ ସବୁ ସୁ ଦାନ କୁ
କିଭଳି କି କାମେ ଦେବା
ସେ ସ୍ଵାଧୀନତା ତ ମଣିଷ ହାତରେ
କିଭଳି କରିବ ସେବା ।
ଜୀବନର ରଥ ଏନ୍ତୁଡି ଗୃହରୁ
ଶମଶାନେ ଯାଏ ଗଡ଼ି
କାହା ପାଇଁ ତାହା ଦଣ୍ଡ୍ କର ରାସ୍ତା
କା ପାଇଁ ସାଜଇ ବେଡ଼ି ।
ଜୀବନ ରଥରେ ବିବେକ କୁ ଯଦି
ସାରଥୀ ଯେ କରିଦେବା
ମଣିଷ ଭିତରେ ହିଂସା ଦ୍ଵେଷ ବାଦ
କାହାକୁ ସ୍ଥାନ ନଦେବା ।
ଜୀବନ ରଥରେ ବିବେକ ସାରଥୀ
ସତ୍ୟର ପ୍ରତିଷ୍ଠା ହେବ
କାମ କ୍ରୋଧ ଲୋଭ ମୋହ ର ଜାଲ ଯେ
ମନ ଘେରି ନ ପାରିବ ।
ବିବେକ ହାତରେ ମନର ଲଗାମ
ବେପଥୁ ନ ହେବ ମନ
ସୁଭାବନା ନେଇ ଆଗେଇବ ସିଏ
ସନ୍ତୋଷ କରି ବହନ ।
ଜୀବନ ରଥରେ ବିବେକ ସାରଥୀ
ସନ୍ତୋଷର ସେତୁ ପରେ
ଶାନ୍ତିର ବାରତା ଲେଖି ହୋଇ ଯିବ
ଆତ୍ମାର ଚାରି କାନ୍ଥରେ ।
ବିବେକ ସାରଥୀ ହୋଇଗଲେ ପରା
ଜୀବନ ସାର୍ଥକ ହେବ
ଦେହ ଅର୍ଗଳୀରେ ଆତ୍ମସନ୍ତୋଷର
ମିଠାସ ଯେ ଭରିଯିବ ।
ଜୀବନ ରଥରେ ବିବେକ ସାରଥୀ
ସୁକର୍ମ ପଥରେ ଯିବ
ନିର୍ମୋହ ଜୀବନ ଗାଥା କହି କହି
କର୍ମଯୋଗ କରି ଯିବ ।
ପ୍ରତ୍ୟାଶା ବିହୀନ କର୍ମ ଆଣିଦେବ
ଆତ୍ମାକୁ ଚରମ ଶାନ୍ତି
ପରମ ପବିତ୍ର ଭାବ ଭରି ଯିବ
ପାଇଯିବ ସିଏ ମୁକ୍ତି ।