Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

4  

Sarojini Mishra

Classics

ଷଡରିପୁ

ଷଡରିପୁ

2 mins
11



ପଞ୍ଚ ଇନ୍ଦ୍ରିୟଟି ବାହ୍ୟ ଆବରଣ

ଷଡ଼ ରିପୁ ଅନ୍ତର୍ଗତ ର କଥା

ଭିତର ଶତ୍ରୁକୁ ଦେଖନ୍ତିନି କେହି

ହେଲେ ସେ କରଇ ଜୀବନ ବୃଥା l

କାମ ରିପୁ ଆମ ଅନ୍ତଃ ଚେତନାରେ

କାମନା ନିଆଁ ଯେ ଜଳାଇ ଦିଏ

ଆୟତ୍ତ ନ କଲେ ଆତ୍ମା ଛଟ ପଟ

ଜୀବ ହନ୍ତସନ୍ତ ହେଉ ଯେ ଥାଏ |

କ୍ରୋଧ ଅଟେ ପରା ବିସ୍ଫୋଟକ ଟିଏ

ଧ୍ୱଂସ ହୋଇଥାଏ ସର୍ବ ସୁଗୁଣ

ନିଜ କ୍ଷତି କରି ଅନ୍ୟକୁ କନ୍ଦାଏ

ଭୁଲେ ପ୍ରଭୁ ଦତ୍ତ ପ୍ରେମ ମହାନ ।

କ୍ରୋଧେ ଶାନ୍ତି ନଷ୍ଟ ସଂପର୍କରେ ଫାଟ

ବିବେକ ବିଚ଼ରା ହୋଇ ଯେ ରହେ

କ୍ରୋଧ ମଣିଷକୁ ଅଶାନ୍ତି ନିଆଁରେ

ଜାଳି ଜାଳି ପରା ଆନନ୍ଦ ପାଏ ।

କ୍ରୋଧ କୁ ଆୟତ୍ତ କରିବାର କଳା

ଶିଖି ନେଲେ ହୁଏ ଆତ୍ମା ର ଶାନ୍ତି

ସତ୍ତ୍ଵ ଗୁଣର ଏ ଗୋଟିଏ ପାଖୁଡା

ହୋଇ ପାରେ ପରା ଜୀବନ ମୁକ୍ତି ।

ଲୋଭ ଅଟେ ପରା ଷଡ଼ ରିପୁ ମଧ୍ୟେ

ପଥଭଷ୍ଟ କାରୀ ବଇରୀ ଟିଏ

ସୁପଥ କୁ କରେ କଣ୍ଟକ ମୟ ସେ

ଦୁର୍ଯ୍ୟୋଧନ ଭଳି ଲାଞ୍ଛିତ ହୁଏ ।

ମୋହ ରିପୁ ପରା ଅନ୍ତର୍ଗତେ ରହି

ବନ୍ଦ କରିଦିଏ ଜୀବନ ସ୍ରୋତ

ବିବେକାନ୍ଧ ହୁଏ ମଣିଷ ଟି ପରା

ଧୃତରାଷ୍ଟ୍ର ଭଳି ହୁଏ ସ୍ଖଳିତ ।

ଅପବାଦେ ତାର ଜୀବନ ଝୁଲା ଟି

ଭରି ଯାଇ ହୁଏ ଜୀବନ କ୍ଷୁର୍ଣ୍ଣ

ମୋକ୍ଷ ଦ୍ଵାର ହୁଏ ଭକ୍ଷ୍ୟ ଦ୍ବାର ପରା

ଜୀବନ ହୁଅଇ ତମସା ଛନ୍ନ ।

ମଦ ରିପୁ ଦିଏ ଗର୍ବ ଅଭିମାନ

ମନ ହୁଅଇ ଯେ ଅଶୁଦ୍ଧ ପରା

ଆତ୍ମା ଘାଣ୍ଟି ହୁଏ ଚିତ୍ତ ଅଶୁଦ୍ଧତା

ମୁକତି ପଥ ଯେ ଅନ୍ଧାର ଘେରା ।

ମତ୍ସର ରିପୁ ତ ଆଚ଼ାର ବିଚ଼ାର

ଚିତ୍ତ ଶୁଦ୍ଧତା କୁ ବିନଷ୍ଟ କଲେ

ଇନ୍ଦ୍ରିୟ ସଂଯମ ପର ଭ୍ରଷ୍ଟ ହୁଏ

ତମଗୁଣେ ଚିତ୍ତ ଆଚ୍ଛନ୍ନ ହୁଏ ।

ତ୍ରିଗୁଣ ମଧ୍ୟରେ ସତ୍ତ୍ଵ ଗୁଣ ଶ୍ରେଷ୍ଠ

ଷଡ ରିପୁ ସେଠି ପ୍ରଭାବହୀନ

ଅନ୍ତଃକରଣକୁ ଷଡ଼ରିପୁ ମାନେ

କରିଥାନ୍ତି ସଦା ଯେ ଆକ୍ରମଣ ।

ଅନ୍ତଃ କରଣର ସୁରକ୍ଷା ପାଇଁ କି

ଷଡ଼ରିପୁଙ୍କର ଦମନ ଲୋଡା

ଅନ୍ତଃ କରଣଟି ସୁନ୍ଦର ହୋଇଲେ

ଇନ୍ଦ୍ରିୟ ହୋଇବ ସୁପଥେ ଛିଡ଼ା |

ଷଡ଼ରିପୁ ତ୍ୟାଗୀ ଶୁଦ୍ଧତା କୁ ଡାକି

ମୁକ୍ତି ଦ୍ଵାର ପାଇଁ ରାସ୍ତା ଖୋଲିବା

ପଞ୍ଚଭୂତେ ଗଢ଼ା ଏ ଶରୀର ପରା

ପଞ୍ଚ ମହାଭୂତେ ଲୀନ ହୋଇବା |



Rate this content
Log in

Similar oriya poem from Classics