STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ଆଜି ମୋ ପ୍ରେମ ଝଙ୍କା ବରଗଛ

ଆଜି ମୋ ପ୍ରେମ ଝଙ୍କା ବରଗଛ

1 min
0

ଡେଣା ଲାଗି ଉଡିବା ବେଳର
ତମ ମୋ ପ୍ରେମ
ଆଭିଜାତ୍ୟର ଅହଂକାରରେ
କକ୍ଷଚ୍ୟୁତ ହେଲା ପରେ
ତୁମ ମୋ ପ୍ରେମ ଜାତି ଅଜାତିର
ଅନ୍ଧାରି ମୂଳକରେ ପଥ ହରାଇବା ପରେ
ତୁମ ମୋ ପ୍ରେମ
ଟଙ୍କା ପଇସାର ଆତ୍ମବଡିମାରେ
ନିଷ୍ପେସିତ ହେବାପରେ
ମୁଁ ଦିଗବଳୟ ଏ ପାରିରେ
ଆଉ ତୁମେ ଦିଗବଳୟ ସେପାରିରେ ।

ତୁମ ଗାଁରେ ସୂର୍ଯ୍ୟୋଦୟ ହେଲେ
ମୋ ଗାଆଁରେ ସଞ ନଇଁ ଆସେ
ତୁମେ କର୍ମର ଡେଙ୍ଗୁରା ପିଟୁଥିବା ବେଳେ
ମୁଁ ନିରୋଳା ଶାନ୍ତି ରେ ନିଦ୍ରା ଯାଏ ।

 କାହିଁକି ଜାଣ- ??
ତୁମ ମୋ ପ୍ରେମ ଚୌହଦୀରେ
ସେଇ ସୁନ୍ଦର ପ୍ରେମର ବ୍ୟାଖ୍ୟା
ମୋ ମନ ହୃଦୟରେ ଘର କରି
ଜୀବନର ସାରଣୀ ସାଜିଛି
ହୁଏତ ତୁମ କହିବା ମାନିବାରେ
ଥିଲା ଅନେକ ଫରକ୍
ହେଲେ, ମୁଁ ତ ଅଜଣା ଥିଲି ।
ଆଉ ସେଇ ଅଜଣା ଗଳିରେ
ମୁଁ ପାଲଟି ଗଲି
ଜଣେ ନିରୁତା ପ୍ରେମିକ
ତୁମ ପ୍ରେମ କଥା ସବୁ
ଡାଳ ପତ୍ର ମେଲି
ପାଲଟି ଗଲେଣି
ଗୋଟେ ଝଙ୍କା ବରଗଛ ।

ମୋ ପ୍ରେମର ଝଙ୍କା ବରଗଛେ
ପକ୍ଷୀ ମାନଙ୍କର ପ୍ରେମର ସଂଗୀତ
ମୋ ଓହଳରେ
ଶିଶୁ ମାନଙ୍କର ଦୋଳି ଖେଳ ହୋ ହଲ୍ଲା
ମୋ ଗଛ ଛାଇରେ
କେତେ ଜୀବଙ୍କର ଆଶ୍ୱସ୍ତି ର ଶ୍ଵାସ
ସେ ସବୁ ପାଖରେ
ତୁମ ପ୍ରେମ ପୁରାପୁରି ଫିକା ।
ମୋ ପ୍ରେମର ଝଙ୍କା ବରଗଛେ
ତୁମର ସେଇ ପ୍ରେମର ପହେଲି
ଆଜି ଅଚଳନ୍ତି ପାହୁଲାଟେ ଭଳି
ଅଚ଼ଳନ୍ତି ପାହୁଲାଟେ ଭଳି ।


Rate this content
Log in

Similar oriya poem from Inspirational