STORYMIRROR

Sarojini Mishra

Tragedy Inspirational

4  

Sarojini Mishra

Tragedy Inspirational

ଉତ୍ତର ଦିଅ

ଉତ୍ତର ଦିଅ

1 min
8


ମୁଁ ଜନ୍ମ ହେବାବେଳେ
ତୁମେ ଖୁସୀ ହୋଇଥିଲ
କି ଦୁଃଖ କରିଥିଲ ଜାଣିନି
ହେଲେ,
କଅଁଳ ବୟସର ନରମ ଚଟାଣରେ
ଅହଂ ର ଲଢ଼େଇ
ନିଇତି ଚାଲୁଥିଲା
ଏବେ ବି ମନେ ଅଛି
ସେ ଦିନ ଗୁଡାକ
ହେଲେ,
ତୁମେ କେମିତି ଭୁଲି ଯାଉଥିଲ
ସଦ୍ୟ ସ୍ନାତ ତୁମ ସନ୍ତାନର କଥା
ତୁମ ମାନଙ୍କ ବ୍ୟବହାରରେ
ସତେ ଯେମିତି ମୁଁ ତଳି ତଳାନ୍ତ
ହେଉଥିଲି
ପ୍ରଶ୍ନ ପାହାଡ଼ର ଏକଡେ ସେକଡ଼େ
ଖୋଜୁ ଥିଲି ଉତ୍ତର
ଅସହାୟତାର ଗଳିରେ
ଲୁହର ନଈରେ ପହିଁରୁ ଥିଲି
ହେଲେ  ତୁମେ କାହିଁକି
ବୁଝି ପାରୁ ନଥିଲ
ପ୍ରଶ୍ନର ପାହାଡ଼କୁ ମୁଣ୍ଡରେ ଧରି
ଶୈଶବର ମିଠାସ
ପିଲାଦିନର ମାଧୁର୍ଯ୍ୟ
ନିର୍ବାସିତ ହେଲା
ତୁମ ଅହଂର ଲଢ଼େଇର
ମୁକ ସାକ୍ଷୀ ହୋଇ ରହିଲି
ଉତ୍ତର ଦିଅ ମୋ ପିତାମାତା
ଭଲ ପାଇବା ଗଳିଟାକୁ
କାହିଁକି ପ୍ରେମଶୂନ୍ୟ କରୁଥିଲ
କାହିଁକି ଜୀବନର ଅର୍ଥ କୁ
ଭିନ୍ନ ମୋଡ଼ ଦେଲ ?
ଆଉ ଆଜି ?
ଆଉ ଆଜି ଦୁଇ ଜଣ
ବିପରୀତ ମୁଖୀ ହୋଇଗଲ
ସମାଧାନର ରାସ୍ତା ତିଆରି କରିବାର
କ୍ଷମତା ହରାଇ
ଦସ୍ତଖତ କରିଦେଇ
ମୁକ୍ତି ମନ୍ତ୍ର ଉତ୍କଚାରିଲ
ହେଲେ
ମୁଁ ଯେ ମଝିରେ ରହିଗଲି
କାହିଁ ଭାବିଲନି ତ ?
କାହିଁକି ଥରେ ପଢିଲନି
ସନ୍ତାନର ମନସ୍ତତ୍ତ୍ଵ ??
ମୁଁ କଣ ତୁମ ଆତ୍ମିକ ପ୍ରେମର
ସ୍ୱରଲିପି ନ ଥିଲି ??
ମୁଁ କଣ କେବଳ ତୁମ ଦେହ ସର୍ବସ୍ଵତାର
କେଉଁ ଏକ ଦୁର୍ବଳ କ୍ଷଣର
ଇସ୍ତାହାର ଥିଲି ???
କୋର୍ଟ, କଚେରୀ, ଦସ୍ତାବିଜ୍
ତିଆରି କରିଦେଲା ତୁମ ରାସ୍ତା
ହେଲେ ମୁଁ
ହେଲେ ମୁଁ ତ ଜଣକର ନୁହେଁ
ଉତ୍ତର ତ ଦିଅ
କେମିତି ମୁଁ ଆଇନିର ସିଦ୍ଧାନ୍ତରେ
ଖୁସୀରେ ରହିବି ???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy