STORYMIRROR

Sarojini Mishra

Abstract

4  

Sarojini Mishra

Abstract

ପ୍ରେମ ପାହାଚ଼ର ନାରୀ

ପ୍ରେମ ପାହାଚ଼ର ନାରୀ

1 min
1

ପ୍ରେମ ପ୍ଲାବିତ ଜୀବନ ସତ୍ତା
ମାତୃଗର୍ଭ ସଂଲଗ୍ନ ବାସ
ନଅ ମାସ ର ଜୀବନବୋଧକୁ
ସାଇତି ଧରି ସନ୍ତାନର ମୁଖ ଦର୍ଶନରେ
ଗର୍ଭ ଯନ୍ତ୍ରଣାକୁ ଭୁଲି
ଯାହା ମୁହଁରେ ଲେସି ହୋଇଯାଏ
ମେଞ୍ଚା ମେଞ୍ଚା ଆନନ୍ଦ ଚନ୍ଦନ
ସେ ପରା ଜୀବନର
ପ୍ରଥମ ପାହାଚ଼ର ନାରୀଟିଏ
ଯିଏ ସାରା ଜୀବନ ଯନ୍ତ୍ରଣାକୁ
ଚନ୍ଦନ ମଖା ଆନନ୍ଦ କରି
ଉପଭୋଗ କରେ ।

ପରିବାରର ଅଗଣାରେ
ଧାଁ- ଧପଡ କରୁଥିବା
ସଂପର୍କର ମିଠା ମିଠା ଅନୁଭବର ବର୍ଷା
ସ୍ନେହ- ସୋହାଗର ହିଲ୍ଲୋଳ
କଳିଗୋଳ ମାର୍‌ପିଟ୍ ର
ଜମଜମାଟ ପରିବେଶରେ
ଶୁଭ କାମନାର ପ୍ରୀତି ମଖା
ଅଛିଣ୍ଡା ଡୋରିରେ
ପ୍ରେମର ଦ୍ୱିତୀୟ ପାହାଚ଼ ସଂଲଗ୍ନ
ସିଏ ବି ଜଣେ ନାରୀ
ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧି
ଭୁଲିଯାଏ ଯେତେ ମାଡ଼ ଗୋଳ ।

ପୁଣି ତୃତୀୟ ପାହାଚରେ
ଶୁଭେ ହାତ ଚୁଡି ଶଙ୍ଖା
ଆଉ ପାଉଁଜିର ରୁଣୁ ଝୁଣୁ ଶବ୍ଦ
ଯେଉଁଠି ପୁରୁଷର ଆୟୁଷ ପାଇଁ
ମଥାରେ ସିନ୍ଦୁର ଟୋପା ଝଟକୁ ଥାଏ
ଯେଉଁ ପାହାଚ଼ରେ ବିଶ୍ୱାସ ଓ ଭରସାର
ଫୁଲ ବରଷୁ ଥାଏ
ଯେଉଁଠି ପ୍ରେରଣାର ସ୍ରୋତଟିଏ
ଅହ ରହ କଷ୍ଟ ଧୋଉଥାଏ
ଯେଉଁ ପାହାଚ଼ରେ ସଂପୂର୍ଣ୍ଣତାର
କରବୀ ଫୁଟିବାର ମାଦକତା
ଲେସି ହୋଇଯାଏ
ଯେଉଁଠି ଶାନ୍ତି ଅଶାନ୍ତିର
ମିମାଂସା ପତ୍ରର ଦାୟୀତ୍ଵରେ
ଠିଆ ହୋଇଥାଏ
ଜଣେ ପ୍ରେମମୟୀ ନାରୀ ।

ଆଉ ଚତୁର୍ଥ ପାହାଚ ...!
ସେ ପାହାଚ ଦେଇ
ଲକ୍ଷ୍ମୀ ଟିଏ ଘରକୁ ଆସେ
ଯାହାର ଖିଲି ଖିଲି ହସରେ
ଯେତେ ଦୁଃଖ ନିର୍ବାସନ ନିଏ ।
ଯାହାର ଟିକିଏ ସ୍ପର୍ଶରେ
ଆତ୍ମସତ୍ତା ହିଲ୍ଲୋଳି ଉଠେ
ଯାହାର ପ୍ରଶ୍ନମାନେ ଜୀବନକୁ
ଉପଭୋଗ୍ୟ କରି ତୋଳନ୍ତି
ଆଉ ତାର ପ୍ରେମ ଗଳିରେ
ଘୁରି ବୁଲୁ ବୁଲୁ ତା ପାଇଁ ଗଢ଼ି ଉଠେ
ସ୍ୱପ୍ନର ମହଲ
ଆଉ
ତାର ପ୍ରୀତି ଛଳ ଛଳ ସଂପର୍କ ର ଢେଉ
ତନୁ ମନ କୁ ଛୁଇଁ ଛୁଇଁ ଅଭିଭୂତ କରି
ପୁଣି ଚାଲିଯାଏ ନୂଆ ଏକ
ମିମାଂସା ପତ୍ରକୁ ନିଜର କରି
ଆଉ କାହା ଚଉରାରେ
ସଞ୍ଜବତୀ ଜାଳି
ସୁମନାସ ପାଇଁ ଅଞ୍ଜଳୀ ଦେବାକୁ ।
 


Rate this content
Log in

Similar oriya poem from Abstract