Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

4  

Sarojini Mishra

Classics

ଶୂନ୍ୟ ବ୍ରହ୍ମ

ଶୂନ୍ୟ ବ୍ରହ୍ମ

1 min
6


ଶୂନ୍ୟ ମହାଶୂନ୍ୟ ମହାଜାଗତିକ

ସୃଷ୍ଟି ଶୂନ୍ୟ ରୁ ଆରମ୍ଭ

ପଞ୍ଚମହାଭୂତ ଶୂନ୍ୟେ ପରା ସ୍ଥିତ

ଶୂନ୍ୟ ବ୍ରହ୍ମ  ଜ୍ୟୋତି ସ୍ତମ୍ଭ ।

ସଗୁଣ ନିର୍ଗୁଣ ସାକାର ଓ ନିରାକାର

ସବୁ ଶୂନ୍ୟ ସଙ୍ଗେ ସ୍ଥିତ

ପ୍ରଭୁଙ୍କ ପାଖରେ ପହଞ୍ଚିବା ଲକ୍ଷ୍ୟ

ରାସ୍ତା ଭିନ୍ନ ଅଟେ ସତ ।

ଶୂନ୍ୟରୁ ନିନାଦ ଶୂନ୍ୟ ଶୂନ୍ୟ ବ୍ରହ୍ମ

ଶୂନ୍ୟ ବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ

ପାଦ ପାଣି ନାହିଁ ଶୂନ୍ୟ ଦେହୀ ପୁଣି

କୁହଇ ଗୀତା ର ଜ୍ଞାନ I

ଶୂନ୍ୟ ବିନ୍ଦୁ ମଧ୍ୟେ ଜ୍ୟୋତିର୍ମୟ ଦିପ୍ତୀ

ଶୂନ୍ୟେ ଅନାଦି ଅନନ୍ତ

ଶୂନ୍ୟରୁ ଜାତ ଯେ ଦାରୁବ୍ରହ୍ମ ମୂର୍ତ୍ତି

ସାକାର ରୂପ ଦିଗନ୍ତ |

ଶୂନ୍ୟ ବ୍ରହ୍ମ ସେଇ ଦରୁବ୍ରହ୍ମ ସେଇ

ଶୂନ୍ୟରେ ସର୍ବଦା ସ୍ଥିତ

ନିର୍ଗୁଣ ରେ ଶୂନ୍ୟ ଜ୍ୟୋତିର୍ମୟ ବିନ୍ଦୁ

ସଗୁଣେ ରୂପ ସମ୍ଭୁତ ।

ଲକ୍ଷ୍ୟ ତ ଗୋଟିଏ ମାଧ୍ୟମେ ପାର୍ଥକ୍ୟ

ଶୂନ୍ୟ ବ୍ରହ୍ମ ଦାରୁବ୍ରହ୍ମ

ଶୂନ୍ୟରେ ମିଶିବା ଏକାନ୍ତ ଲକ୍ଷ୍ୟ ଯେ

ସନାତନ ଶୂନ୍ୟ ବ୍ରହ୍ମ ।

ଶୂନ୍ୟ ବିନ୍ଦୁଟିରେ ସିନ୍ଧୁ ର ସନ୍ଧାନ

ରୂପରେ ଭାବର ମୋହ

ଅଲେଖ , ଅଚ୍ୟୁତ ଶୂନ୍ୟ ବ୍ରହ୍ମେ ସ୍ଥିତ

ଶୂନ୍ୟରେ ଶୂନ୍ୟରେ ଦେହ ।

ସାକାର ବ୍ରହ୍ମ ଯେ ପ୍ରଭୁ ଜଗନ୍ନାଥ

ପାଖରେ ମୂର୍ତ୍ତି ଥିଲେ

ମନ୍ଦିର ନ ଗଲେ ଚକ୍ଷୁ ନ ଦେଖିଲେ

ଶୂନ୍ୟେ ତା' ସ୍ୱରୂପ ଝୁଲେ ।

ଶୂନ୍ୟେ ବିଶ୍ଵରୂପ ଦରଶନ ପରା

ଶୂନ୍ୟ ରେ ବ୍ରହ୍ମ ବିଲୀନ

ଶୂନ୍ୟ ବ୍ରହ୍ମେ ଲୀନ ଶୂନ୍ୟ ରେ ଚ଼ିନ୍ତନ

ଶୂନ୍ୟ ବ୍ରହ୍ମ ସନାତନ ।

ଶୂନ୍ୟ ବିନ୍ଦୁଟି ଯେ ନାଭି ମଣ୍ଡଳର

ଘଟ ସ୍ଥଳେ ସଂସ୍ଥାପନ

ଶୂନ୍ୟ ରେ ଶୂନ୍ୟରେ ଜ୍ୟୋତି ମଣ୍ଡଳରେ

ଶୂନ୍ୟ ବ୍ରହ୍ମ ଙ୍କ ଆସ୍ଥାନ |

ଆହେଶୂନ୍ୟ ବ୍ରହ୍ମ ସୃଷ୍ଟିର ଆଧାର

ଦାରୁବ୍ରହ୍ମ ପରଂବ୍ରହ୍ମ

ସତ୍ୟ ସନାତନ ଶୂନ୍ୟରେ ଧ୍ୟାନ

ହେ ଅଲେଖ ନିରଞ୍ଜନ ।


Rate this content
Log in