ଯୋଗଜନ୍ମା ଗୋଦାବରୀଶ
ଯୋଗଜନ୍ମା ଗୋଦାବରୀଶ
ମଣିଷ ପରି ତ ଥିଲେ ମଣିଷଟେ
କୋଟି ମଣିଷରେ ଗଣା,
ପିତୃମାତୃଦତ୍ତ ସାର୍ଥକ ନାମଟି
କାହାକୁ ଅବା ଅଜଣା।।
ବଳିଷ୍ଠ ସୁଗମ ଶରୀରରେ ଥିଲା
ସିଂହ ଗର୍ଜନ ପରାକ୍ରମ।
ସମାଜସେବା କୁ ବ୍ରତ କରିଥିଲେ
ରାଜନୀତି ଥିଲା ଗୌଣ।।
ଘଣ୍ଟଶିଳା ପାହାଡ଼େ ବଙ୍କାଡ଼ଗଡ଼େ ବାଣପୁର ମାଟିରେ
ଆଲୋକ ବର୍ତ୍ତିକା ଧରି।
ପ୍ରଗତିର ନନ୍ଦିଘୋଷ ବାହିନେବା ପାଇଁ
ଚ଼ଞ୍ଚଳ ଆସିଲେ ବାହାରି।।
ମାଆ ଭଗବତୀଙ୍କ ଅବଦାନ ସେତ
କରିବା ପାଇଁ ସାକାର।
ନେଇଥିଲେ ବଜ୍ରଶପଥ ସେଦିନ
କାଳଜୟୀ କର୍ମବୀର।
r>
"ବାଣପୁର ଗାନ୍ଧୀ" ଗୋଦାବରୀଶ ତ
ଥିଲେ ପ୍ରେରଣାର ଉତ୍ସ।
ଗଢ଼ିଉଠିଥିଲା ଶିକ୍ଷାନୁଷ୍ଠାନ
ସ୍ବପ୍ନ ହୋଇଥିଲା ସତ୍ୟ।।
ଗୋଦାବରୀଶ ମହାବିଦ୍ୟାଳୟ
ଅମ୍ଲାନ ତାଙ୍କରି କୀର୍ତ୍ତି।
ମନେପଡ଼େ ତାଙ୍କ କର୍ମ ଜୀବନର
ଅଭୁଲା ଅଲିଭା ସ୍ମୃତି।।
ଶିକ୍ଷକତାର ସେ ଆଦର୍ଶ ବ୍ରତକୁ
ନେଇଥିଲେ ଶେଷେ ବରି।
ପ୍ରାତଃ ସ୍ମରଣୀୟ କର୍ମଯୋଗୀ ଥିଲେ
"ଯୁଧିଷ୍ଠିର" ନାମ ଧରି।।
ସତ୍ୟରେ ନ୍ୟାୟରେ ଧର୍ମରେ ଯଶରେ
ସବୁଥିରେ ଯୁଧିଷ୍ଠିର।
ହେ ନମସ୍ୟ !
ଯୋଗଜନ୍ମା ଗୋଦାବରୀଶ।।