Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ଆପେ ଆପେ ଭୁଲ୍

ଆପେ ଆପେ ଭୁଲ୍

1 min
142



ସମୁଦ୍ର ବାଲିରେ ଲେଖିଥିବା ଚିଠି

ଲହରୀରେ ଧୋଇ ହୋଇଯାଏ

ଧୋଇ ହେଇ ଯିବା କାମ କିଏ ବା କରୁଛି

ଆପେ ଆପେ ଭୁଲ୍ ହୋଇ ଧୋଇ ହେଉଅଛି।


ଅସ୍ତ-ଗାମୀ ସୂର୍ଯ୍ୟରେ ବି ଉତ୍ତାପ ରହୁଛି

ଚନ୍ଦ୍ରର ଶୁଭ୍ର ଶରୀରରେ କଳଙ୍କ ଲାଗିଛି।


ତେଲ ଭର୍ତ୍ତି ଥାଇ ଦୀପ ବି ଲିଭୁଛି

ଦୌଡୁ ଥିବା ରେଳ ଗାଡି କେଉଁଠି ଅଟକି ଯାଉଛି।


ପରୀକ୍ଷାର ସହଜ ପ୍ରଶ୍ନର ଉତ୍ତର ଭୁଲ୍ ହେଉଅଛି

କିଛି କରା ଯାଇନାହିଁ ,ଆପେ ଆପେ ଭୁଲ୍ ହେଉଛି


ଶୀତଳ ପବନ କେବେ ଝଡ ହେଉଅଛି

ବର୍ଷା ଜଳ ଯଦିଓ ଜିବନ

ବାଦଲ ଫାଟିଲେ ଅପଚୟ ହେଉଅଛି।


ସବୁ ବିରତି ସଦା ଖରାପ ନୁହଇ

ଅଭିନୟ ରତ ତାରକାଙ୍କୁ ବୁଝି ହୁଏ ଦେଖି

ପୋଖତ ସନ୍ତରଣକାରୀ ବି ବୁଡି ଯାଇପାରେ

ବିନା ସନ୍ତରଣ ରେ କିଏ ପହଞ୍ଚେ କୂଳରେ।


ଆପଣାର ଲୋକ ପର ପରି ଭୁଲି ଯାଉଅଛି

କିଛି ଭୁଲ୍ ନାହିଁ, ଆପେ ଆପେ ହୋଇ ଯାଉଅଛି


ଲୁହ ପରି ବୁନ୍ଦାଏ ପାଣି ବିନା ମରୁଭୂମି ହେଉଅଛି

ସମୁଦ୍ରରେ ଉତ୍ତାଳ ତରଙ୍ଗ ଥାଇ ବରଷା ହେଉଛି


ଜାଣିଶୁଣି ଭୁଲ୍ କାମ ,ଅପରାଧ କିଏ ବା କରୁଛି

ପରିସ୍ଥିତି ଚାପରେ ଆପେ ଆପେ ହେଇ ଯାଉଅଛି





Rate this content
Log in

Similar oriya poem from Abstract