କଲମ ମୁନର ମହତ୍ତ୍ୱ
କଲମ ମୁନର ମହତ୍ତ୍ୱ
କବିଟିଏ କଲମ ମୁନରେ ଲେଖିଯାଏ ତାହା ଗୀତା, ଭାଗବତ ହୋଇ ରହେ ।
ସମସ୍ତ ସୃଷ୍ଟ ହୋଇଥିବା ବ୍ୟାକୁଳତା
ଦୂରୀଭୂତ ହୁଏ,ଏହା ତାଙ୍କ ମହାନତା ।
ଗଢିଥିବା କୋଣାର୍କ, କବି କଳ୍ପନାରେ
କେବେ ପାଇବାନି ବନ୍ଧୁକର ମୁନରେ ।
ପ୍ରାଣେ ଜୀବନ୍ୟାସ ଦିଏ କଲମ ମୁନ
ସତ୍ୟର ପଥେ ଚାଲେ ମଣିଷ ଜୀବନ।
ଗୁଣ ଭରଇ ମଣିଷ ସେହି ଆଦର୍ଶରେ
ସତ କହିବାକୁ ଡର ରୁହେନା ମନରେ ।
ଯେ ବେଳେ ଦେଶ ପଡେ ବିପଦରେ
ସୁରକ୍ଷା ପାଇଁ ଲୋଡା ପଡେ କଲମରେ ।
