STORYMIRROR

Sangita Mishra Satapathy

Abstract

3  

Sangita Mishra Satapathy

Abstract

ଓଠ ଧାରେ ହସ

ଓଠ ଧାରେ ହସ

1 min
198


ଆଖି ତଳେ ଲୁହ

ଓଠ ଧାରେ ହସ

ହୃଦୟେ ବେଦନା ଧରି

ସୁଖ ରସଂଜ୍ଞା ଜାଣେନି

ଦୁଃଖ ତାର ସୁଖ ଶୀରି

ନିଜ ଆଖି ଲୁହ

ଓଠ କୁ ପିଆଇ

ବାଣ୍ଟିଚାଲିଥାଏ ହସ

କେବେ ସେ ତନୟା

କେବେ ତ ଭଗିନୀ

ଜାୟା ଜନନୀ ବି ହୁଏ

ବାପା ଭାଇ ମାନ ଲାଗି

ହସି ହସି ଲୁହ ପିଏ

କେବେ ପତି ପାଇଁ 

କେବେ ପୁଅ ପାଇଁ 

ଲୁହ ପିଇ ହସୁଥାଏ

ଓଠ ଧାରେ ହସ

ମନ ତଳେ କୋହ

କୁହ ବା ବୁଝିବ କିଏ

ନଜାଣେ ତାକୁ ବା କିଏ

ନାଁ ତାର ନାରୀ

କିଏ ବା ନଜାଣେ

ଦୁଃଖ ସାଗରେ ଡୁବି

ଓଠେ ଯା ହସ ଝଟକୁଥାଏ

କୁହ ତାର ସମ କିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract