STORYMIRROR

Sangita Mishra Satapathy

Inspirational

3  

Sangita Mishra Satapathy

Inspirational

ସ୍ଵୟଂଶ୍ରୀ ସ୍ଵୟଂସିଦ୍ଧା ମୁଁ

ସ୍ଵୟଂଶ୍ରୀ ସ୍ଵୟଂସିଦ୍ଧା ମୁଁ

1 min
163

ଏନ୍ତୁଡ଼ିରୁ ଜୁଇ ଯାଏଁ

ସଵୁଠି ମୋ ସତ୍ତା

ମୋବିନା ସଵୁ ଶୂନ୍ୟ

ଆଉ ସବୁଠି ଶୂନ୍ୟତା‌।

କେବେ ମା କେବେ କନ୍ୟା

କେବେ ସାଜେମୁଁ ଭଗିନୀ

କେଵେ ସାଜେ ଜାୟା 

ପୁଣି କେବେ ଜନନୀ।

ସ୍ନେହ,ପ୍ରେମ ତ୍ୟାଗ,

ତିତିକ୍ଷାର ନିର୍ଝରଣୀ

ଦୟା,କ୍ଷମା ସ୍ନେହ ପ୍ରେମ

କେବେ ଉଣା କରେନି

ସର୍ବସହା ସ୍ଵୟଂଶ୍ରୀ ମୁଁ

ସୃଷ୍ଟି ରକ୍ଷା କାରିଣୀ।

ତଥାପି କାହିଁକି କେଜାଣି?

ସମାଜରେ ମୋ ସ୍ଥାନ 

ବୁଝି ମୁଁ ପାରେନି

ଶାସ୍ତ କହେ ନାରୀ 

ପୂଜା ପାଏ ଯହିଁ

ଦେବତା ଭ୍ରମନ୍ତି ତହିଁ

ପୂଜା ନଇବେଦ୍ୟ

ଲୋଡା ନାହିଁ ମୋର

ମୁଁ ଯେ ସେନେହ ରଙ୍କୁଣୀ

ଶ୍ରରଧାରେ କୋଳେନିଅ

ଜୀବନ ମୋ 

ଯନ୍ତ୍ରଣା ସିକ୍ତ କରନି

ସ୍ଵୟଂଶ୍ରୀ ସ୍ଵୟଂସିଦ୍ଧା ମୁଁ

କାହିଁ କେବେ ହାରିନି

ଜୀବନ ଯୁଦ୍ଧରେ 

ଅପରାଜିତା ମୁଁ

କେବେ ତୁମ ଜାୟା,ଜନନୀ

ଅବା କନ୍ୟା ଅଥବା ଭଗିନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational