ସ୍ଵୟଂଶ୍ରୀ ସ୍ଵୟଂସିଦ୍ଧା ମୁଁ
ସ୍ଵୟଂଶ୍ରୀ ସ୍ଵୟଂସିଦ୍ଧା ମୁଁ
ଏନ୍ତୁଡ଼ିରୁ ଜୁଇ ଯାଏଁ
ସଵୁଠି ମୋ ସତ୍ତା
ମୋବିନା ସଵୁ ଶୂନ୍ୟ
ଆଉ ସବୁଠି ଶୂନ୍ୟତା।
କେବେ ମା କେବେ କନ୍ୟା
କେବେ ସାଜେମୁଁ ଭଗିନୀ
କେଵେ ସାଜେ ଜାୟା
ପୁଣି କେବେ ଜନନୀ।
ସ୍ନେହ,ପ୍ରେମ ତ୍ୟାଗ,
ତିତିକ୍ଷାର ନିର୍ଝରଣୀ
ଦୟା,କ୍ଷମା ସ୍ନେହ ପ୍ରେମ
କେବେ ଉଣା କରେନି
ସର୍ବସହା ସ୍ଵୟଂଶ୍ରୀ ମୁଁ
ସୃଷ୍ଟି ରକ୍ଷା କାରିଣୀ।
ତଥାପି କାହିଁକି କେଜାଣି?
ସମାଜରେ ମୋ ସ୍ଥାନ
ବୁଝି ମୁଁ ପାରେନି
ଶାସ୍ତ କହେ ନାରୀ
ପୂଜା ପାଏ ଯହିଁ
ଦେବତା ଭ୍ରମନ୍ତି ତହିଁ
ପୂଜା ନଇବେଦ୍ୟ
ଲୋଡା ନାହିଁ ମୋର
ମୁଁ ଯେ ସେନେହ ରଙ୍କୁଣୀ
ଶ୍ରରଧାରେ କୋଳେନିଅ
ଜୀବନ ମୋ
ଯନ୍ତ୍ରଣା ସିକ୍ତ କରନି
ସ୍ଵୟଂଶ୍ରୀ ସ୍ଵୟଂସିଦ୍ଧା ମୁଁ
କାହିଁ କେବେ ହାରିନି
ଜୀବନ ଯୁଦ୍ଧରେ
ଅପରାଜିତା ମୁଁ
କେବେ ତୁମ ଜାୟା,ଜନନୀ
ଅବା କନ୍ୟା ଅଥବା ଭଗିନୀ ।