STORYMIRROR

Bidyadhar Mantry

Abstract Fantasy

4  

Bidyadhar Mantry

Abstract Fantasy

ବାତ୍ସଲ୍ୟ ମମତାର ଅନ୍ୟ ନାମ ମା'

ବାତ୍ସଲ୍ୟ ମମତାର ଅନ୍ୟ ନାମ ମା'

2 mins
31


ମା'ହିଁ ସାହା,ମା'ହିଁ ଭରଷା,ମା' ହିଁ ଆଶା

ଏମିତି କେହି ନାହିଁ,ଯେ କହିନାହିଁ ,ମା'

ଇତର ଜୀବ ଜନ୍ତୁ ବି ସେଇ ଉଚ୍ଚାରଣ

ମେଁ,ମିଆଉଁ,ହାମା,ହମ୍ବା ଯାହା, ମା ' ଅର୍ଥ ସେଇୟା

ଗାଈ ଗୋଠ ମେଳରେ ବାଛୁରୀ ମା' ଚିହ୍ନି ଦିଏ!!

ଘ୍ରାଣ ଶକ୍ତିରେ ବି ମା ' ର ପରଶ

ବିନା ଶବ୍ଦରେ ,ବିନା ଉଚ୍ଚାରଣରେ ବି ମା' ଚିହ୍ନିବା!

ସବୁଠାରୁ ପୁରୁଣା ଆଶ୍ଚର୍ଯ୍ୟ ।


ମା ' ବିନା ଘର ଖାଲି ଖାଲି, ଅସଜଡା

ମା ' ନ ଥାଇ ବଞ୍ଚିବା ର ଅନୁଭୁତି

ମା ' ହରେଇ ବଞ୍ଚିଥିବା ପିଲାଙ୍କ ମୁହଁରୁ

କେବଳ ଲୁହରେ ଆଖି ଭିଜି ଯିବ ନୁହେଁ,

ହୃଦୟ ବି ଭାସିଯିବ ଲୁହର ସ୍ରୋତରେ ।


ଅଝଟ ହେଲେ ମା' କହେ ମୋ ଧନ,ମୋ ସୁନା

ସେମିତି ହୁଅନା, ସୁନା ପିଲା ମୋର

ଲୁହ ଧାରେ ତରଳେ ହୃଦୟ

ଦୁଷ୍ଟାମି ର ପରିସମାପ୍ତି ହୁଅଇ,ମା' ଆଖିର ଲୁହରେ

ସୁନା,ଧନ କଥା ଯଦି ଅନ୍ୟ କିଏ କହେ

ପାଏ ନାହିଁ ଶୋଭା,ଯେତେ ବି କହିଲେ ଗେହ୍ଲାରେ

ମା' କଥାରେ ହିଁ ଅମୃତର ଧାରା 

ମା'ର ପଣତ ହିଁ ଜୀବନ-ମନ୍ଦିର ନେତ

ମା'ର ଆସନ ହିଁ ସର୍ବୋପରି ମହାନ 

ମା ପରି ହେବ କିଏ ?


ମା' ଶବ୍ଦର ଉଚ୍ଚାରଣେ କୁହୁକ ବି ଅଛି

ଭୁଲିହୁଏ ସକଳ ଯାତନା ଓ ଦୁଃଖ

ଥରେ ମା' ଡାକ ଉଚ୍ଚାରଣ କଲେ ବା ହେଲେ

ଅନ୍ତର ରୁ କିଛି ଆଶ୍ଵସନା ଆସେ

ଯେବେ କଥା କହିବା ଆରମ୍ଭ

ଉଚ୍ଚାରଣ ମା',ପ୍ରଥମ ଚିହ୍ନା ମୁଁହ ମା'

ଦୁଃଖ କଷ୍ଟ ଆସିଲେ ବି ମା'ଉଚ୍ଚାରଣ

ଚାଲୁ ଚାଲୁ ଝୁଣ୍ଟି ଗଲେ,ମା'

ଦୁଷ୍ଟ ହେଲେ ମାଡ଼,ମାଡ଼ ଖାଇଲେ ବି ,ମା'

ଅଜାଣତରେ କିଏ ମାଡ଼ ଦେଲେ,ମା'

ଅକସ୍ମାତ୍ ବିପଦ,ଦୁର୍ଘଟଣା ସମୟର ବି ମା'

ସ୍ଵତଃ ପ୍ରବୃତ୍ତ ଭାବେ ଅନ୍ତର ରୁ ଆସେ

ମା',ମା', ଓ ମା',ଥରକୁ ଥର ବାରମ୍ବାର ।

ମା ' ର ମମତା ହିଁ ଉଚ୍ଚାରିତ ମା ' ଶବ୍ଦରେ

ସ୍ନେହ ବୋଳା କଥା ହିଁ ରୂପ ନିଏ , ମା'

ହାତ ରନ୍ଧା ଖାଦ୍ୟର ସୁଆଦ ହିଁ, ମା'

ଅସୁସ୍ଥତା ସମୟର ସେବା ଶୁଶ୍ରୁଷା

ରାତି ରାତି ଉଜାଗର ରହି ପାଖ ନ ଛାଡ଼ିବା

ତୁହାକୁ ତୁହା ଭଲ ମନ୍ଦ ପଚାରି ବୁଝିବା

ବାତ୍ସଲ୍ୟ ମମତାର ଅନ୍ୟ ନାମ ହିଁ,ମା' 


ମା'କହି ନାହିଁ,ମୋତେ ହିଁ ଡାକିବୁ!!

ଦୁଃଖ,ବିପଦ,ଦୁର୍ଘଟଣା ହେଲେ ଓ ଆସିଲେ

ମା' ଶିଖାଇନି,ମୋତେ ସ୍ମରଣ କରିବୁ

ଯେବେ,ହୃଦୟକୁ ଓ ଆତ୍ମାକୁ କଷ୍ଟ ଭାବ ହେଲେ

ତଥାପି କାହିଁକି କେଜାଣି ହୁଏ ଉଚ୍ଚାରଣ

ଏ ମା',ମରିଗଲି ଲୋ ମା', ମା'ଲୋ...

ଆପେ ଆପେ ମା ' ଉଚ୍ଚାରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract