ବୋହୂ
ବୋହୂ
କେବେ ସେ ଝିଅ କେବେ ସେ ସ୍ତ୍ରୀ
କେବେ ପୁଣି ସାଜେ ବୋହୂ
ନିଜ ପରିବାରେ ଖୁସି ଦେବାପାଇଁ
ହୋଇଯାଏ ନୀଳସିନ୍ଧୁ।
ଶାଶୁ ଯେ ଶଶୁର ସ୍ୱାମୀ ଓ ସନ୍ତାନ
ମନଜାଣି କାମକରେ
ନିଜ କଥାଟିକେ ବୁଝିବାକୁ ତାକୁ
ସମୟ ବି ହାତ ଛାଡେ।
ହୃଦୟ ଭିତରେ କେତେ ଯେ ଯନ୍ତ୍ରଣା
ଭରିହୋଇ ରହିଥାଏ
ମନକଥା ଟିକେ ଖୋଲି କହିବାକୁ
ସଂକୁଚିତ କରିଥାଏ ।
ଭାତ ବାଢିଥାଏ ସମାନ ସଭିଙ୍କୁ
ସ୍ୱୟଂ ଅର୍ନପୂର୍ଣ୍ଣା ପରି
ନିଜ ପେଟ କେବେ ଉପାସରେ ଥିଲେ
କୁହେନାହିଁ ମନଖୋଲି ।
ଗାଲିମନ୍ଦ ଆଉ ଅଳି ଓ ଅଝଟ
ସବୁ ସହି ସହିଯାଏ
ବୋହୂ ନୁହେଁ ସିଏ ଧରଣୀ ମା ଟେ
ବିଶ୍ୱ ର କଲ୍ୟାଣ କରେ ।