ଏଠି ସପନ ଦେଖିବା ମନା
ଏଠି ସପନ ଦେଖିବା ମନା
ଏଠି ସପନ ଦେଖିବା ମନା !
କାହାକୁ କହିବି ଆପଣାର ବୋଲି
ସ୍ବାର୍ଥରେ ଅନ୍ଧ ଏ ସହର
ଏଠି ମଳୟରେ ବି ମରଣର ବାସ୍ନା
ପାଣି ତ ଲାଗଇ ଜହର ।
ଏଠି ଭଲ ଚିନ୍ତା କଲେ ମନ୍ଦ ଉପହାରେ
ଦୁନିଆ ଦିଏଠି ବର୍ସନା
ଅଖାଡୁଆ ପୁଣି ଗାଲେଇ କହିବେ
ଏତେ ରଙ୍ଗ ଆଉ ଦେଖାନା
ଏଠି ସପନ ଦେଖିବା ମନା !
ପାଦେ ପାଦେ ଏଠି ଛନ୍ଦି ହୋଇଯାଏ
ବୃଥା ବୁଢିଆଣୀ ଘର
ନିଜେ ନିଜକୁ ପରିଚୟ ଦେବା
ଲାଗୁଛି ଭାରି ଡର!
ଅତି ବିଶ୍ବାସର ସମ୍ପର୍କୀୟ ପୁଣି
ଦିଏ ବିଷପୂର୍ଣ୍ଣ ଯାତନା
ରଙ୍ଗହୀନ ଲାଗେ ବଗିଚାର ଫୁଲ
ନାହିଁ ତ କାହାରି ବାସନା
ଏଠି ସପନ ଦେଖିବା ମନା !