STORYMIRROR

Anuja Behera

Abstract Classics Inspirational

4  

Anuja Behera

Abstract Classics Inspirational

କାନ୍ଦି କାନ୍ଦି ହସୁଥିବା ..

କାନ୍ଦି କାନ୍ଦି ହସୁଥିବା ..

1 min
11

କାନ୍ଦି କାନ୍ଦି ହସୁଥିବା ..

ଛିନ୍ନ ଭିନ୍ନ ଏଇ ମାୟା ବାୟା ମନ ଚାହୁଁ ଚାହୁଁ ଯାଏ ପ୍ରାଣ
ଯିଇ ଥାଉ ଥାଉ ଠିକଣା ହଜଇ ଦହଗଞ୍ଜରେ ଜୀବନ

ପୂର୍ଣ୍ଣ ଆସାକୁ ଚୂର୍ଣ୍ଣ ଅଭିଳାଷା ଜୀବନ ଲାଗଇ ମାଟି
ଫସର ଫାଟିଲେ ଜୀବ କମଳରେ ଭବ ଜଞ୍ଜାଳର ଭେଟି

ମହୋମାୟା ଏଠି ଛନ୍ଦି ହୋଇଯାଏ ଦ୍ବନ୍ଦରେ ଜୀବନ ରଥ
ପାଦେ ପାଦେ ଖାଲି କଣ୍ଟା ମରୁଭୂମି ତତଲା ବାଲିର ପଥ

ଶୁଖିଲାରେ ସୁଖ ସ୍ବପ୍ନ ମରୀଚିକା ସ୍ଵପ୍ନରେ ଲାଗଇ ମିଠା
ବାସ୍ତବ ଜୀବନ ଜଞ୍ଜାଳର ବନ ବଞ୍ଚିବାଟା ଭାରୀ ଖଟା 

ଜୀବନର ମାନେ ସହଜ ନୁହଇ ହସି ହସି ଜୀଇଁ ଯିବା
ଜୀବନଟା ପରା ହସ କାନ୍ଦ ଭରା କାନ୍ଦି କାନ୍ଦି ହସୁଥିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract