STORYMIRROR

Anuja Behera

Abstract Classics Inspirational

4  

Anuja Behera

Abstract Classics Inspirational

ଜୀବନ

ଜୀବନ

1 min
4

ଜୀବନ 

ଜୀବନଟା ନୁହେଁ ସୁନ୍ଦର ଫଗୁଣ ପ୍ରେମର ଗୋଲାପ ଚିଠି
ଜୀବନଟା ପରା ଗୋଧୂଳି ମାଟିର ରଙ୍ଗୀନ ପ୍ରଜାପତି

ଜୀବନଟା ନୁହେଁ ଝରା ଶ୍ରାବଣର ପ୍ରେମ ପ୍ରୀତି ବାରି ଧାରା 
ଜୀବନଟା ପରା ଏକାକୀ ବାଟର ଡହ ଡହ ଝାଞ୍ଜି ଖରା

ଜୀବନଟା ନୁହେଁ ଆନନ୍ଦ ବନର ଭିନ୍ନ ଫୁଲର ପସରା
ଜୀବନଟା ପରା ମାୟା ମରୀଚିକା କଣ୍ଟକିତ ପଥଭରା

ଏମିତି ଜୀବନେ ପେଶି ହୋଇ ଯାଏ ଛନ୍ଦି ହୋଇ ତନୁ ମନ
ଜୀବନକୁ ସେଇ ମାୟା ବନ୍ଧନରେ ଦେଇଛି ମୁ ବଳିଦାନ

ଜୀବନଟା ପରା ଦୁଃଖର ସାଗର ସୁଖର ବେଶୁରା ଗିତ 
ଜୀବନଟା ଖାଲି ମୁଠାଏ ସପନ ଅକାତ ପାଣିର ପଥ


Rate this content
Log in

Similar oriya poem from Abstract