STORYMIRROR

Anuja Behera

Abstract Classics Inspirational

4  

Anuja Behera

Abstract Classics Inspirational

ଜୀବନ

ଜୀବନ

1 min
14

ଜୀବନ 

ଜୀବନଟା ନୁହେଁ ସୁନ୍ଦର ଫଗୁଣ ପ୍ରେମର ଗୋଲାପ ଚିଠି
ଜୀବନଟା ପରା ଗୋଧୂଳି ମାଟିର ରଙ୍ଗୀନ ପ୍ରଜାପତି

ଜୀବନଟା ନୁହେଁ ଝରା ଶ୍ରାବଣର ପ୍ରେମ ପ୍ରୀତି ବାରି ଧାରା 
ଜୀବନଟା ପରା ଏକାକୀ ବାଟର ଡହ ଡହ ଝାଞ୍ଜି ଖରା

ଜୀବନଟା ନୁହେଁ ଆନନ୍ଦ ବନର ଭିନ୍ନ ଫୁଲର ପସରା
ଜୀବନଟା ପରା ମାୟା ମରୀଚିକା କଣ୍ଟକିତ ପଥଭରା

ଏମିତି ଜୀବନେ ପେଶି ହୋଇ ଯାଏ ଛନ୍ଦି ହୋଇ ତନୁ ମନ
ଜୀବନକୁ ସେଇ ମାୟା ବନ୍ଧନରେ ଦେଇଛି ମୁ ବଳିଦାନ

ଜୀବନଟା ପରା ଦୁଃଖର ସାଗର ସୁଖର ବେଶୁରା ଗିତ 
ଜୀବନଟା ଖାଲି ମୁଠାଏ ସପନ ଅକାତ ପାଣିର ପଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract