STORYMIRROR

Anuja Behera

Abstract Classics Inspirational

4  

Anuja Behera

Abstract Classics Inspirational

ନିଶା

ନିଶା

1 min
3

ନିଶା

ନିଶା ଏକ ବିଷାକ୍ତ ଜହରର ଶବ୍ଦ 
ନିଶା ଏକ ବର୍ବାଦି ଯୁକ୍ତ ବିଭୀଷିକାର ବେଦ 
ନିଶା ପୁଣି ପ୍ରେମ ବିହୀନ ଉପତ୍ୟକା 
କେବେ ପୁଣି ବୃଥା ପଥର ମରୀଚିକା

ସବୁ ଜାଣିବି ତଥାପି
ନିଶାର କରାଳ କାୟାରେ ସମସ୍ତେ ବନ୍ଦିଗ୍ରସ୍ତ
ପ୍ରତ୍ୟେକ୍ଷ ବା ପରୋକ୍ଷରେ ସମସ୍ତେ ଜଡ଼ିତ

ନିଶା
କେବେ ପୁଣି କାମନାର କାମାଗ୍ନୀରେ କୁହୁଳି କୁହୂଳି 
ଜୀବନ ଚରିତ୍ର ପୁସ୍ତକରେ 
କଳଙ୍କର ଇତିହାସ ସୃଷ୍ଟି କରେ
ତ କେବେ ପୁଣି
ପ୍ରଶାନ୍ତ ର ନିରବ ବାଟରେ ପଥଭ୍ରଷ୍ଟ କରେ

ନିଶା
କେବେ ପୁଣି ଦୃଷ୍ଟି ଗୋଚର ଅନେକ ପ୍ରକାରର
ଯେଉଁ ପରିତୃପ୍ତିରୁ ନ ଥାଏ ନିସ୍ତାର

ନିଶା 
କେବେ ଧୁମ୍ରପାନ ତ କେବେ ଗଞ୍ଜେଇ ଦହନ 
ଏମିତି ଅଭ୍ୟାସଟା ପାଗଳ ସାଜେ
ବ୍ୟାକୁଳିତ ହୁଏ ଏଣେତେଣେ ଘୁରିବୁଲେ
ଖାଇବାକୁ ଗୁଟୁଖା ଖଇନି ପାନ

ବାସ୍ତବରେ ଆଜିର ଯୁବପିଢି
ଯଥେଷ୍ଟରେ କେହି ବି ନୁହଁଇ ତୃପ୍ତି
ଏବେବି ପ୍ରତ୍ୟହ ଯୁକ୍ତାଯୁକ୍ତ 
ପ୍ରଚେଷ୍ଟା ହୁଅଇ ବିଫଳ
ଚାହିବି କେହି ବି ପାରେନା ମୁକ୍ତି

ନିଶା
ମଦ ବିଡି ସିଗାରେଟ ଗୁଟଖା ଖଇନି
ଏ ସବୁ ମାରାତ୍ମକ ଆଲକହଲ ର ଜହର ଭିତରେ
ବୁଝିବା ଆଗରୁ ଶାନ୍ତି ହଜିଯାଏ
ରୋଗ ସ୍ଵାଗତ ଜଣାଏ
ଜୀବନର ଆଉ ଏକ ନରକ ବାଟରେ

ଖୁଚୁରା ଦେଇ ଏଠି ଜହରି ମଣିଷ
ନୀତି ନର୍କ ଦଣ୍ଡର ରୋଗାଦି କିଣୁଛନ୍ତି
ଯେଉଁ ମାନେ ଜୀବନର ମୂଲ୍ୟ ମୂଲ୍ୟବାନ ଜାଣି ବି
ଖେଳନା ଭାବୁଛନ୍ତି

@ଅନୁଜ..


Rate this content
Log in

Similar oriya poem from Abstract