STORYMIRROR

Anuja Behera

Abstract Classics Inspirational

4  

Anuja Behera

Abstract Classics Inspirational

ନିଶା

ନିଶା

1 min
18

ନିଶା

ନିଶା ଏକ ବିଷାକ୍ତ ଜହରର ଶବ୍ଦ 
ନିଶା ଏକ ବର୍ବାଦି ଯୁକ୍ତ ବିଭୀଷିକାର ବେଦ 
ନିଶା ପୁଣି ପ୍ରେମ ବିହୀନ ଉପତ୍ୟକା 
କେବେ ପୁଣି ବୃଥା ପଥର ମରୀଚିକା

ସବୁ ଜାଣିବି ତଥାପି
ନିଶାର କରାଳ କାୟାରେ ସମସ୍ତେ ବନ୍ଦିଗ୍ରସ୍ତ
ପ୍ରତ୍ୟେକ୍ଷ ବା ପରୋକ୍ଷରେ ସମସ୍ତେ ଜଡ଼ିତ

ନିଶା
କେବେ ପୁଣି କାମନାର କାମାଗ୍ନୀରେ କୁହୁଳି କୁହୂଳି 
ଜୀବନ ଚରିତ୍ର ପୁସ୍ତକରେ 
କଳଙ୍କର ଇତିହାସ ସୃଷ୍ଟି କରେ
ତ କେବେ ପୁଣି
ପ୍ରଶାନ୍ତ ର ନିରବ ବାଟରେ ପଥଭ୍ରଷ୍ଟ କରେ

ନିଶା
କେବେ ପୁଣି ଦୃଷ୍ଟି ଗୋଚର ଅନେକ ପ୍ରକାରର
ଯେଉଁ ପରିତୃପ୍ତିରୁ ନ ଥାଏ ନିସ୍ତାର

ନିଶା 
କେବେ ଧୁମ୍ରପାନ ତ କେବେ ଗଞ୍ଜେଇ ଦହନ 
ଏମିତି ଅଭ୍ୟାସଟା ପାଗଳ ସାଜେ
ବ୍ୟାକୁଳିତ ହୁଏ ଏଣେତେଣେ ଘୁରିବୁଲେ
ଖାଇବାକୁ ଗୁଟୁଖା ଖଇନି ପାନ

ବାସ୍ତବରେ ଆଜିର ଯୁବପିଢି
ଯଥେଷ୍ଟରେ କେହି ବି ନୁହଁଇ ତୃପ୍ତି
ଏବେବି ପ୍ରତ୍ୟହ ଯୁକ୍ତାଯୁକ୍ତ 
ପ୍ରଚେଷ୍ଟା ହୁଅଇ ବିଫଳ
ଚାହିବି କେହି ବି ପାରେନା ମୁକ୍ତି

ନିଶା
ମଦ ବିଡି ସିଗାରେଟ ଗୁଟଖା ଖଇନି
ଏ ସବୁ ମାରାତ୍ମକ ଆଲକହଲ ର ଜହର ଭିତରେ
ବୁଝିବା ଆଗରୁ ଶାନ୍ତି ହଜିଯାଏ
ରୋଗ ସ୍ଵାଗତ ଜଣାଏ
ଜୀବନର ଆଉ ଏକ ନରକ ବାଟରେ

ଖୁଚୁରା ଦେଇ ଏଠି ଜହରି ମଣିଷ
ନୀତି ନର୍କ ଦଣ୍ଡର ରୋଗାଦି କିଣୁଛନ୍ତି
ଯେଉଁ ମାନେ ଜୀବନର ମୂଲ୍ୟ ମୂଲ୍ୟବାନ ଜାଣି ବି
ଖେଳନା ଭାବୁଛନ୍ତି

@ଅନୁଜ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract