ବିବେକର ଦଂଶନ
ବିବେକର ଦଂଶନ
ବିବେକର ଦଂଶନ
ଅସ୍ତ ହୁଏ କ୍ଳାନ୍ତ ଚିତ୍ତେ ଉଦୟ ତପନ
ସ୍ତବ୍ଧ ଏଇ ବିଧ ମନ ଲାଗେ ଶୁନ ଶୁନ
ବିପର୍ଯ୍ୟୟ ବ୍ୟତିବ୍ରସ୍ତ ମନ ବୃନ୍ଦାବନ
ଅସହ୍ୟ ସେ ଆକ୍ରମଣ ବିବେକ ଦଂଶନ
ସମସ୍ୟାର ଛନ୍ଦା ଘାତେ ନିତ୍ୟ ଯେ ମଉନ
ଶୁଭେ ପୁଣି ନିରୋଳାରେ ବିବେକ ରୋଦନ
ବାରମ୍ବାର ତା ଦଂଶନ ଛିନ୍ନେ ମନ ପ୍ରାଣ
ଅନ୍ଧାରରେ ହତସିର ମୋ ମନ ଗଗନ
ମନ ପରେ ବିବେକର ଅଶାନ୍ତ କମ୍ପନ
କମ୍ପନର ପ୍ରତିଧ୍ୱନେ ହଜିଯାଏ ଜ୍ଞାନ
