STORYMIRROR

Anuja Behera

Abstract Classics Inspirational

4  

Anuja Behera

Abstract Classics Inspirational

ବିବେକର ଦଂଶନ 

ବିବେକର ଦଂଶନ 

1 min
10

ବିବେକର ଦଂଶନ  

ଅସ୍ତ ହୁଏ କ୍ଳାନ୍ତ ଚିତ୍ତେ ଉଦୟ ତପନ
ସ୍ତବ୍ଧ ଏଇ ବିଧ ମନ ଲାଗେ ଶୁନ ଶୁନ

ବିପର୍ଯ୍ୟୟ ବ୍ୟତିବ୍ରସ୍ତ ମନ ବୃନ୍ଦାବନ
ଅସହ୍ୟ ସେ ଆକ୍ରମଣ ବିବେକ ଦଂଶନ 

ସମସ୍ୟାର ଛନ୍ଦା ଘାତେ ନିତ୍ୟ ଯେ ମଉନ
ଶୁଭେ ପୁଣି ନିରୋଳାରେ ବିବେକ ରୋଦନ

ବାରମ୍ବାର ତା ଦଂଶନ ଛିନ୍ନେ ମନ ପ୍ରାଣ
ଅନ୍ଧାରରେ ହତସିର ମୋ ମନ ଗଗନ

ମନ ପରେ ବିବେକର ଅଶାନ୍ତ କମ୍ପନ
କମ୍ପନର ପ୍ରତିଧ୍ୱନେ ହଜିଯାଏ ଜ୍ଞାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract