STORYMIRROR

Anuja Behera

Abstract Classics Inspirational

4  

Anuja Behera

Abstract Classics Inspirational

ସମାଜ ଆଉ ମୁଁ

ସମାଜ ଆଉ ମୁଁ

1 min
14

ସମାଜ ଆଉ ମୁଁ 

ମୁଁ ତ ମୋ ଭିତରେ ଅଛି
ମୋ ସାମର୍ଥ୍ୟ ଓ ମାର୍ଯ୍ୟାଦାରେ ବଞ୍ଚିଛି

ମୁଁ ତ ସମାଜ କୁ କିଛି ମାଗିନି
ମୋ ବ୍ୟକ୍ତିଗତ ସମସ୍ୟାକୁ ନେଇ ସମାଜକୁ ଦୋଷ ବି ଦେଇନି
ତେବେ ସମାଜ କାହିଁକି 
ମୋ ବ୍ୟକ୍ତିଗତ ଜୀବନ ଭିତରେ ସାଜୁଛି ପ୍ରତିବନ୍ଧକ
ନାଲି ଆଖିକରି କାହିଁକି 
ବାରମ୍ବାର ମତେ ଦେଖାଉଛି 
ନିୟମ କନୁନର ବନ୍ଧୁକ

ହ ନିୟମ କାନୁନ
ସମାଜରେ ନିୟମ କାନୁନ ମାନିବାଟା ତ ସ୍ଵାଭାବିକ
ତା ମାନେ ତ ମୁଁହ ନା
ନିଜ ସ୍ବାଧିନ କୁ ବାଦ୍ ଦେଇ 
ପରାଧିନକୁ ସମର୍ଥନ କରିବାକୁ ବାଧ୍ୟ ହେବ

ଦୋଷ ନ ଥାଇ ବି 
ସମାଜର କୋଠାର ଘାତ ନିୟମରେ ଆବଦ୍ଧ ରହି
ନିଜର ସ୍ବାଧିନ ଓ ଆତ୍ମିୟତା କୁ ବଳି ଦେବା
ବାସ୍ତବରେ ନିଜ ଆଭିଜାତ୍ୟକୁ ନେଇ
ସମାଜ ସହ ଖାପଖାଇ ଚାଲିବା ଭାରି କଷ୍ଟ

ଏତେ ପରେ ବି ସେ କଷ୍ଠକୁ ଆପଣାର କରି
ସମାଜ ସହ ଚାଲିବାକୁ ହେବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract