ସମାଜ ଆଉ ମୁଁ
ସମାଜ ଆଉ ମୁଁ
ସମାଜ ଆଉ ମୁଁ
ମୁଁ ତ ମୋ ଭିତରେ ଅଛି
ମୋ ସାମର୍ଥ୍ୟ ଓ ମାର୍ଯ୍ୟାଦାରେ ବଞ୍ଚିଛି
ମୁଁ ତ ସମାଜ କୁ କିଛି ମାଗିନି
ମୋ ବ୍ୟକ୍ତିଗତ ସମସ୍ୟାକୁ ନେଇ ସମାଜକୁ ଦୋଷ ବି ଦେଇନି
ତେବେ ସମାଜ କାହିଁକି
ମୋ ବ୍ୟକ୍ତିଗତ ଜୀବନ ଭିତରେ ସାଜୁଛି ପ୍ରତିବନ୍ଧକ
ନାଲି ଆଖିକରି କାହିଁକି
ବାରମ୍ବାର ମତେ ଦେଖାଉଛି
ନିୟମ କନୁନର ବନ୍ଧୁକ
ହ ନିୟମ କାନୁନ
ସମାଜରେ ନିୟମ କାନୁନ ମାନିବାଟା ତ ସ୍ଵାଭାବିକ
ତା ମାନେ ତ ମୁଁହ ନା
ନିଜ ସ୍ବାଧିନ କୁ ବାଦ୍ ଦେଇ
ପରାଧିନକୁ ସମର୍ଥନ କରିବାକୁ ବାଧ୍ୟ ହେବ
ଦୋଷ ନ ଥାଇ ବି
ସମାଜର କୋଠାର ଘାତ ନିୟମରେ ଆବଦ୍ଧ ରହି
ନିଜର ସ୍ବାଧିନ ଓ ଆତ୍ମିୟତା କୁ ବଳି ଦେବା
ବାସ୍ତବରେ ନିଜ ଆଭିଜାତ୍ୟକୁ ନେଇ
ସମାଜ ସହ ଖାପଖାଇ ଚାଲିବା ଭାରି କଷ୍ଟ
ଏତେ ପରେ ବି ସେ କଷ୍ଠକୁ ଆପଣାର କରି
ସମାଜ ସହ ଚାଲିବାକୁ ହେବ
