STORYMIRROR

Anuja Behera

Abstract Classics Inspirational

4  

Anuja Behera

Abstract Classics Inspirational

ଶାନ୍ତି ଅଗ୍ରସରେ

ଶାନ୍ତି ଅଗ୍ରସରେ

1 min
17

ଶାନ୍ତି ଅଗ୍ରସର

ଛୋଟ ଏକ ଶବ୍ଦଟିଏ ସମଗ୍ର ସଂସାର
ସେଇ ପ୍ରାପ୍ତି ଅଗ୍ରସର ଭ୍ରମେ କଳି ନର

ଖୋଜି ଖୋଜି ଥକିଯାଏ ନ ମିଳେ ତା ଚିହ୍ନ
ଅଶାନ୍ତିର ସହରରେ ବୃଥା ପ୍ରହସନ

ସ୍ୱାର୍ଥରେ ସର୍ବେ ଜଡ଼ିତ ହୁଏ ଆପଣାର
ସ୍ବାର୍ଥ ପୂର୍ଣ୍ଣ ହେଲାପରେ କିଏ ବା କାହାର

ଅଭାବିକୁ ଭାବ ଏଠି ଆକାଶ ପାତାଳ 
ଅଭାବିରେ ଭାବ ଏଠି ହୁଏ ଟଳମଳ

ମୋହମାୟା ଅହଙ୍କାର ନିଆଁ କୁହୁଳୁଛି
ଶାନ୍ତି ନୁହେଁ ଅଶାନ୍ତିର ଦୁନିଆଁ ଜଳୁଛି

ତଥାପି ଯେ ଘୁରି ବୁଲେ ଶାନ୍ତି ଅଗ୍ରସର
ଦିନେତ ଭେଟିବି ବୋଲି ଏ ଚଲା ବାଟରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract