ଶାନ୍ତି ଅଗ୍ରସରେ
ଶାନ୍ତି ଅଗ୍ରସରେ
ଶାନ୍ତି ଅଗ୍ରସର
ଛୋଟ ଏକ ଶବ୍ଦଟିଏ ସମଗ୍ର ସଂସାର
ସେଇ ପ୍ରାପ୍ତି ଅଗ୍ରସର ଭ୍ରମେ କଳି ନର
ଖୋଜି ଖୋଜି ଥକିଯାଏ ନ ମିଳେ ତା ଚିହ୍ନ
ଅଶାନ୍ତିର ସହରରେ ବୃଥା ପ୍ରହସନ
ସ୍ୱାର୍ଥରେ ସର୍ବେ ଜଡ଼ିତ ହୁଏ ଆପଣାର
ସ୍ବାର୍ଥ ପୂର୍ଣ୍ଣ ହେଲାପରେ କିଏ ବା କାହାର
ଅଭାବିକୁ ଭାବ ଏଠି ଆକାଶ ପାତାଳ
ଅଭାବିରେ ଭାବ ଏଠି ହୁଏ ଟଳମଳ
ମୋହମାୟା ଅହଙ୍କାର ନିଆଁ କୁହୁଳୁଛି
ଶାନ୍ତି ନୁହେଁ ଅଶାନ୍ତିର ଦୁନିଆଁ ଜଳୁଛି
ତଥାପି ଯେ ଘୁରି ବୁଲେ ଶାନ୍ତି ଅଗ୍ରସର
ଦିନେତ ଭେଟିବି ବୋଲି ଏ ଚଲା ବାଟରେ
