STORYMIRROR

Anuja Behera

Children Stories Classics Inspirational

4  

Anuja Behera

Children Stories Classics Inspirational

ଅତୀତ

ଅତୀତ

1 min
10

ଅତୀତ

ଅଙ୍ଗେଲିଭା ଅତିବାହିତ ଚଲାପଥ 
ସମୟ ସହ ଆଲିଙ୍ଗନର ଅନ୍ତରଙ୍ଗ ମୁହୂର୍ତ୍ତ
ଅତୀତ...
ବିଗତ ବିତିଥିବା ଖଟା ମିଠା ସୃତୀର ଅନ୍ୟନାମ ଅତୀତ
ଜୀବନ ଇତିହାସର ଅପୂରଣୀୟ ଆଶା ଓ ଆକାଂକ୍ଷା ଏବଂ 
ସୁଖ ଦୁଃଖର ଅନେକ ଶ୍ରୁତି ସାଥିରେ
ଆଜି ମୁଁ ସେଇ ଅତୀତ ବାଟରେ
ଏକାକୀ ବାଟୋଇ ଟିଏ... 
 
ବାସ୍ତବରେ ଅତୀତ
ଜୀବନ ଇତିହାସର ଏକ ନିମ୍ନଗାମୀ ଚିରସ୍ରୋତା ନଦୀଟିଏ 
ଯେଉଁ ନଦୀରେ ମୁଁ ମୋର ଅତୀତକୁ ସାଉଁଟିବାକୁ ଯାଇ
ନିଜେ ଅତୀତ ହୋଇ
ନିଶହାୟ ଶୁଷ୍କ ତ୍ରୋଣ ପରି ଭାସି ଚାଲିଛି
ଅଙ୍କାବଙ୍କା ର ସେହି ତିବ୍ରଗାମି ଜଳରାଶି ସହ
ଶେଷରେ ଅପହଞ୍ଚ ସେହି ଅତୀତର ପ୍ରୟାସରେ 
ମୁଁ ଆଜି ଅତୀତ ପୃଷ୍ଠାର
ନିରବ ଭାବୁକ ଟିଏ

ଅନେକ ପଛରେ ଛାଡି ଆସିଥିବା 
ଅଫେରା ଅତୀତକୁ
ପୁଣିଥରେ ପାଇବାର ଆଶାରେ 
ମୁଁ ଆଜି ସେଇ ଅତୀତର ଗଭୀର ନିଦ୍ରାରେ
ମୂକ ପାଷାଣ ପ୍ରାୟଃ 

ବର୍ତମାନର ଦହଗଞ୍ଜ ଜୀବନ ଭିତରେ
ସେହି ଶାନ୍ତିର ଅତୀିତକୁ ସାଉଁଟିବାର ପ୍ରୟାସରେ
ମୁଁ ଆଜି ଉଦାସ ବିବଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍