STORYMIRROR

Anuja Behera

Classics Inspirational Others

4  

Anuja Behera

Classics Inspirational Others

ଆଇ ମାଆ

ଆଇ ମାଆ

1 min
40

ଆଇ ମାଆ

ପ୍ରଣିପାତ ଆଇ ଦେଉଥିବୁ କହି ଲେଖାରେ ହେବୁ ମୋ ସାହା 
ତୋ ତ୍ୟାଗ ଅତୀତ ମନେକରି ଚିତ ଲେଖୁଛି ଜାଣେ ମୁ ଯାହା

ଅସିଏ ବୟଶି ଚମ ପଡେ ଖସି ଦରଦୀ ବୁଢ଼ିଟେ ଯିଏ
ସ୍ନେହ ମମତାର ଅଜସ୍ର ଆଦର ଅଜାଡ଼ି ଦେଇଛି ସିଏ

ଶାନ୍ତ ସ୍ଵଭାବ ନିର୍ମଳ ଭାବ ପ୍ରାଣ ତାର ପରିବାର
ଦୁଃଖ ସହିଯାଏ ଲୁହ ପିଇଯାଏ ଛାତିକୁ କରି ପଥର

ନାତି ଓ ନାତୁଣୀ ତା ମଉଡମଣି ସର୍ବେ ତାର ପ୍ରାଣ ପ୍ରିୟ 
ବରା ଓ ଗୁଗୁନି ଖୁଆଇ ଦିଅନ୍ତି ବୁଲାଇ ନେଇ ବଜାର

କୋଟିଏରୁ ଗୋଟେ ଆଇ ମାଆ ମୋର ଜୀବନ ଦେଇଛି ବାଜି
ଖୋଜିଲେ ପାଉନି ଭବ ସଂସାର ରୁ ଆଇ ମୋ ଯାଇଛି ହଜି

ତା ଭଲପାଇବା ଗେହ୍ଲେ ଆଦରିବା ବାର ବାର ପାଦେ ମନେ 
ପାତର ଅନ୍ତର ନାହିଁ ପଟାନ୍ତର ସଭିଙ୍କୁ ଭାବେ ସମାନ

ସଅଳ ଉଠିବା କର୍ମେ ଧ୍ୟାନ ଦେବା ତା ସଙ୍ଗେ ନୁହେଁ କେ ସରି
ଆତ୍ମୀୟ ସ୍ୱଜନ ବନ୍ଧୁ ପରିଜନ ସର୍ବେ ହୁଏ ତାକୁ ଝୁରି

ତା କଲା କରମ ତ୍ୟାଗ ବଳିଦାନ ସବୁତ ପଡୁଛି ମାନେ
ତା ଫେରିବା ବାଟ ଏନେଇ ବସିଛି ସତେକି ଯାଇଛି ବନେ 

ନିଦ ନ ଆସିଲେ କାଳେ ରୋଷିଗଲେ ରାଜାରାଣୀ ଗପ କହେ
ଅଝଟ ମୋ ସହି ପିଠି ଥାପୁଡ଼ାଇ ଜହ୍ନ ମାମୁଁ ଗୀତ ଗାଏ 

ଯଦି ଅଦିନରେ ମୋର ଫେରିବାରେ ଡେରି ଟିକେ ହୋଇ ଯିବ
ନିଜେ ନ ଖାଇ ଉପବାସ ରହି ମୋ ବାଟ ଛାହିକି ଥିବ

ବର୍ଷା ଭିଜି ଯେବେ ଅଚାନକ ମୋତେ ଥଣ୍ଡା ଜ୍ଵର ହୋଇଯାଏ
ମୋ ଦେହ ଆଉଁସି କାନ୍ଦି ପଡେ ବସି ମୋ ପାଖ ଜଗିକି ଥାଏ

ମରଣ ଶେଷରେ ଝୁରିଛି କେତେରେ ନାତି ଦରଶନ ପାଇଁ
ଅନ୍ତିମ ମାଗୁଣି ରଖି ପାରିଲିନି ଧିକ ମୁଁ ନାତିଟେ ହୋଇ

ମନ ଭାଙ୍ଗିଗଲେ ଉଦାସ ହୋଇଲେ ଆଉ କେ କହିବ ଗପ
କାନ୍ଦି କାନ୍ଦି ଆଖି ଲୁହ ଶୁଖିଯାଏ କିଏ ଦେଲା ଅଭିଶାପ

ତୋ ସ୍ନେହ ଆଦର ଶୁଭ ଆଶୀର୍ବାଦ ମୋ ପାଖେ ସଦାଟି ଥାଉ
ଏମିତି ଆଇଟେ ପାଇବି କାହୁରେ ଦଇବ ସାଧିଲା ଦାଉ 

ପାଦେ ରଖି ମତି କରୁଛି ମିନତି ଦୋଷା ଦୋଷ ଦବୁ କ୍ଷମା
ହୃଦୟେ ରହିବୁ ପୂଜା ପାଉଥିବୁ ତତେ ନ ଭୁଲିବି ଜମା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics