STORYMIRROR

Bijaya Kumar Swain

Classics

3  

Bijaya Kumar Swain

Classics

ନବଧା ଭକ୍ତି

ନବଧା ଭକ୍ତି

1 min
294


ଶୁଣ ସୁଧି ଜନେ ଭକ୍ତି କଥା କହିବି

ଭକ୍ତି ର ପ୍ରକାର ଭେଦ ବୁଝାଇ ଦେବି ।


କିପରି ଭକ୍ତି କେ କରି ଅରଜି ନାମ

ସେହି ଭକ୍ତଙ୍କର ନାମ କରେ ବର୍ଣ୍ଣନ।


ଭକତି ଅଟଇ ପରା ନଅ ପ୍ରକାର

ଶୁଣି ସାଧୁ ଜନେ ଭବୁଁ ହୁଅ ନିସ୍ତାର।


ଶ୍ରବଣ କୀର୍ତ୍ତନ ଅର୍ଚ୍ଚନ ଓ ବନ୍ଦନ

ପାଦ ସେବନ ସ୍ମରଣ ଦାସ୍ୟ ଟି ଜାଣ


ଶଖ୍ୟ ଆତ୍ମ ନିବେଦନ ଏ ନବ ଧା ଭକ୍ତି

ବୁଝାଇ କହୁଛି ଏବେ ଭକ୍ତ ନାମ ଟି।


ଶ୍ରୀ ଭାଗବତ ଶ୍ରବଣ ପରୀକ୍ଷ ରାଜା

ଶୁଣି ଉଡ଼ାଇ ଲେ ଏହି ମହୀରେ ଧ୍ଵଜା


ଶୁକ ମୁନି କୃଷ୍ଣ ନାମ କରି କୀର୍ତ୍ତନ

ପ୍ରହଲ୍ଲାଦ ଉଦ୍ଧାର ହେଲା କରି ସ୍ମରଣ


ପାଦ ସେବନ ରେ ଲକ୍ଷ୍ମୀ ହେଳା ନ କରି

ଅର୍ଚ୍ଚନ କରି ଯେ ପ୍ରୁଥୁ ଗ ଲେ ନିସ୍ତ ରି


ଅକ୍ରୁର ଶ୍ରୀ ହରି ପଦେ କରି ବନ୍ଦନ

ଦାସ୍ୟତା ଭକ୍ତିରେ ବାନ୍ଧି ବାୟୁ ନନ୍ଦନ


ସକ୍ଷ୍ୟ ଆତ୍ମ ନିବେଦନ ଅର୍ଜୁନ ବଳି

କରି ଏ ସଂସାରୁ ଯାଇ ଅଛନ୍ତି ତରି।


ନବ ଧା ଭକତି ମୁଁ ଯେ କଲି ବର୍ଣ୍ଣନ

ଦୋଷ ଥିଲେ କ୍ଷମା ଦେବେ ହେ ହେ ସୁଧି ଜନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics