STORYMIRROR

Anuja Behera

Abstract Classics Inspirational

4  

Anuja Behera

Abstract Classics Inspirational

ଭେଦ ଭାବ

ଭେଦ ଭାବ

1 min
15

ଭେଦ ଭାବ

ବ୍ରହ୍ମରୁ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଲା ବହୁ ପ୍ରତୀକ୍ଷାର ଅନ୍ତେ
ସବୁଜିମା ରଚି ପିଣ୍ଡ ଥାପିଲେ ମାନବିର ହୃଦ ତନ୍ତେ 

ପ୍ରୁଥି ଧରା ପରେ ସ୍ରଷ୍ଟା ରଚିଲେ ଭିନ୍ନ ଏକ କୃତ୍ତି 
ସୃଷ୍ଠିରୁ ଶ୍ରେଷ୍ଠ ନାମେ ଆବାହିତ ଉନ୍ନତ ମଣିଷ ଜାତି

ଧୀରେ ଧୀରେ ହେଲା ଭାବର ଅଭାବ ବୁଦ୍ଧି ହେଲାଟି ବଣା 
ଜାତି ବାଦ ଧରି ମନ୍ଦ ଆବୋରି ସୃଷ୍ଟି ହୋଇଲା ଘୃଣା

ଅଜବ ଏ ଜାତି ଗୋତର ଛୁଆଁ ଅଛୁଆଁ ରେ ରମି
ଜଗା ବଳିଆ ବି ଦରିଦ୍ର ହୋଇଲେ ଜାତି ଅଜାତିରେ ଭ୍ରମି

ଅସଦାଚରଣ ବାଛବିଚାର ଦିଏ ମଣିଷତ୍ଵ ମାରି 
ଉଚ୍ଚ ନିଚ୍ଚର ଭେଦଭାବରେ ଦଳିତ ସମାଜ ଯାଉଛି ମରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract