STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ଜୀବନ ନଈରେ ଜୁଆର ଭଟ୍ଟା

ଜୀବନ ନଈରେ ଜୁଆର ଭଟ୍ଟା

1 min
256


ଜୀବନ ନାଟକ ରେ ପଦାର୍ପଣ କରେ ମନୁଷ୍ୟ

ଅଦୃଶ୍ୟ ଇଙ୍ଗିତରେ ଅଭିନୟ କରି ଭାବି ନିଏ

ମୁଁ ବ୍ୟତିରେକ ଅନ୍ୟ କିଛି ନାହିଁ ।

ସୁଖ ଦୁଃଖ ,ଭଲ ମନ୍ଦ

ଜୀବନ କେବେ ଜୁଆର କେବେ ଭଟ୍ଟା

ପୋଖତ ଅଭିନେତା ନ ହେବାର ଅବଶୋଷ

ବହୁତ ସହି ସହି ଅଦମ୍ୟ ସାହସ ଆସିଯାଏ

କେବେ ଯୁ ହରାଇ ନିସ୍ଵ ପ୍ରାଣ ଟିଏ ।

ଉତ୍ଥାନ ପତନ ଏକ ପରେ ଆରେକ

ଚାଲିଥାଏ ଅଭିନୀତ ନାଟକ ପରିବେଷଣ

ଅଚାନକ ଶେଷ ଦୃଶ୍ୟର ପରିସମାପ୍ତି

ଲହଡ଼ି ଅନବରତ ମଥା ପିଟି ଚାଲିଥାଏ

ବେଳାଭୂମିର ଛାତି ପରେ

ଧରାବନ୍ଧା ନିୟମ ରେ ଆସି ଫେରିଯାଆନ୍ତି

ଅମାବାସ୍ୟା ପୂର୍ଣ୍ଣିମା ପରି

ଜୀବନର ପ୍ରତ୍ୟେକଟି ନିଃଶ୍ୱାସ ପ୍ରଶ୍ଵାସ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract