STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଦଶହରା

ଦଶହରା

1 min
183

ସଦ୍ୟ ଶରତର ଶିଶିର ବିନ୍ଦୁରେ ଆସିଛି ପାର୍ବଣ

କାଶତୀର ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମୁଁ

ଆତଙ୍କବାଦର ଅଭିଯାନରେ- କ୍ରିୟାନ୍ବୟନରେ ଆସିଛି ଦଶହରା

ଦଶହରା ଆସେ:

ଆନନ୍ଦ, ହଷୋଲ୍ଲାସ ଓ ଏକ ରଙ୍ଗୀନ ମାହୋଲରେ

ଚିରାଚରିତ ମିଳନର ପରମ୍ପରାରେ- ଗୌରବୋମୟ

ଐତିହ୍ୟରେ

ସର୍ବତ୍ର ପରିବ୍ୟାପ୍ତ ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟରେ ।

ଦଶହରା ଆସିଛି: କାଶ୍ମୀରର କହିଂରେ ଦେଶବ୍ୟାପୀ

କୃତିମ ବନ୍ୟାରେ

ପାକିସ୍ତାନର ସ୍ବୀକାରୋକ୍ତିରେ- ଚନ୍ଦ୍ରାୟନ-୨ରେ

କାଳିଆ ଦୁର୍ନୀତିରେ କ୍ରମବର୍ଦ୍ଧିତ ରକ୍ତମୁଖା ଅପରାଧରେ

ଦଶହରା ଆସିବ: ସୁସଂହତ, ଶ୍ରେଣୀ ବୈଷମ୍ୟ

ବିହୀନ ସମାଜ ଗଠନରେ

ନୀତିକାନ୍ତିମୟ ପରିବେଶ ଓ ପାରଦର୍ଶୀ ପ୍ରଶାସନରେ

ସଂପର୍କର ସୁରମ୍ୟ ସୃଜନଶୀଳତାରେ,

ଉରଦାୟୀ କର୍ମସଂସ୍କୃତିରେ

କ୍ଷୁଧା-ଦାରିଦ୍ର୍ୟ ମୁକ୍ତ ବିଶ୍ଵର ସାର୍ଥକ ପରିକଳ୍ପନାରେ ।



Rate this content
Log in

Similar oriya poem from Classics