STORYMIRROR

Ajayakumar Mohanty

Classics

3  

Ajayakumar Mohanty

Classics

ଆସ ମା ଅବତରୀ

ଆସ ମା ଅବତରୀ

1 min
231


ଜୟ ମା ଦୁର୍ଗେ ଦୁର୍ଗତି ନାଶିନୀ

ଆସ ତୁମେ ଅବତରୀ

ଆସ ଅବତରୀ ଏ ଧରା ଧାମକୁ

କୃପାମୟୀ କୃପାକରି।।


ଘୋର ସଂକଟରେ ପଡ଼ିଛି ସଂସାର

ସାରା ବିଶ୍ବରେ ଯେ ପଡେ ହାହାକାର

ସଙ୍କଟ ନାଶିନୀ ମହିଷାମର୍ଦ୍ଦିନୀ

ଢାଳି ଦିଅ କୃପା ବାରି।


ଆଗମନୀ ତବ ମଙ୍ଗଳ ଗୀତିକା

ଗାଉଛି ପଦେ ସୁମରି

ହୈମବତୀ ମାଗୋ ଶିବାନୀ ଭବାନୀ

ଦିଅ ମୋ ଅଞ୍ଜଳି ଭରି।


ତୁମ ବିନା ଆଉ କେହି ନାହିଁ ସାହା

ଏ ଘୋର ବିପଦେ କରିବାକୁ ଆହା

ତ୍ରୀଶୁଳ ଧାରିଣୀ ଦେବୀ କାତ୍ୟାୟନୀ

ଆସ ବାରେ ଖଡ୍ଗ ଧରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics