STORYMIRROR

Ajayakumar Mohanty

Others

3  

Ajayakumar Mohanty

Others

ଶିଶୁ

ଶିଶୁ

1 min
143

ଶିଶୁ ମୁହେଁ ମିଠା ହସ

ଭାରି ଭଲ ଲାଗେ

ପାଖକୁ ଆସିବା ପାଇଁ

ସେହି ଯେବେ ମଙ୍ଗେ।


ଖେଳ କୁତୁହଳ ତାର

ମୋହିନିଏ ମନ

ଖନ ଖନ କଥା କହି

ମୋହେ ତ୍ରିଭୁବନ।


ଦରୋଟି ଭାଷାରେ କହେ

ଯେତେ ଯେତେ କଥା

କଥା ତାର ଶୁଣି ମନେ

ରହେ ନାହିଁ ବ୍ୟଥା।


ହସିହସି ଗଡ଼ିଯାଏ

କୁତୁକୁତୁ କଲେ

କୋଟି ନିଧି ପାଇଯାଏ

ଆଦର ପାଇଲେ।


ଭଲ ମଣିଷ ସେ ହୁଏ

ସଂସ୍କାର ପାଇଲେ

ଜ୍ଞାନୀ ଗୁଣୀ ହୋଇଥାଏ

ବିଦ୍ୟା ଅରଜିଲେ।


ଛୋଟ ଶିଶୁ ଠାରେ ଥାଏ

କେତେ ସମ୍ଭାବନା

ଆଦର ପାଇ ବଢ଼ିଲେ

ବଡ଼ ହେବ ସିନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍