STORYMIRROR

Ajayakumar Mohanty

Children Stories

4  

Ajayakumar Mohanty

Children Stories

ବନ୍ଧୁତା

ବନ୍ଧୁତା

1 min
203


ହାତକୁ ହାତ ମିଶାଇ ଦେଇ 

ହୋଇବା ଆମେ ବନ୍ଧୁ 

ମନକୁ ମନ ମିଶାଇ ଦେଇ 

ଲଙ୍ଘିବା ସପ୍ତ ସିନ୍ଧୁ। 


ମନ ଭିତରେ ଅଳିଆ ଥିଲେ 

ବନ୍ଧୁତା ହୁଏ ନାହିଁ

ବିଶ୍ୱାସ ରଖି ମନ ଭିତରେ

ହାତରେ ହାତ ଦେଇ।


ବିଶ୍ୱାସ ଆମେ ହାରିବା ନାହିଁ 

ଜୀବନେ କରି ପଣ 

ଜୀବନ ଯୁଦ୍ଧେ ଜିତିବା ଆମେ 

ରଖିବା ପଣ ଟାଣ। 


ଭଲ ମନ୍ଦରେ ସୁଖ ଦୁଃଖରେ 

ଥିବା ଯେ ପାଖେ ପାଖେ 

ହୃଦୟ ଖୋଲି ହୋଇବା କଥା 

ଗ୍ଳାନି ନରଖି ମୁଖେ।


ଭୁଲିବା ନାହିଁ ପର କଥାରେ 

ଜୀବନେ ଥିଲା ଯାଏ 

ନପାରି ସହି ଖଳୁଆ ଲୋକ 

ଦୁର୍ନାମ ଯେବେ ଗାଏ। 


ବନ୍ଧୁ ପରିକା ବନ୍ଧୁ ହୋଇବା 

ଦେଖିବେ ସବୁ ଜନ 

ଦେଶ ମାତୃକା ସେବା କରିବା 

ନକରି ଛୋଟ ମନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍