STORYMIRROR

Ajayakumar Mohanty

Classics

3  

Ajayakumar Mohanty

Classics

ତୁମ ଦରଶନ ପାଇଁ

ତୁମ ଦରଶନ ପାଇଁ

1 min
197

ଜଳାଇ ପ୍ରଦୀପ କରିଛି ପ୍ରତୀକ୍ଷା

ତୁମ ଦରଶନ ପାଇଁ

ଚାହିଁଛି ମୁଁ ପଥ ହେ ଶ୍ୟାମ ନାଗର

ରାତି ଉଜାଗର ହୋଇ।

ସଞ୍ଜ ପହରରୁ ସଜାଇଛି କୁଞ୍ଜ

ପାଇବାକୁ ତୁମ ଭେଟ

ଛନ୍ଦା ଚରଣେ ମୁଁ ବିକିଛି ପରାଣ

ଜାଣେନା କୁଟ କପଟ।

ତୁମ ବିନା ସବୁ ଅନ୍ଧାର ଦିଶୁଛି

କୁଞ୍ଜବନ ବୃନ୍ଦାବନ

ତୁମ ପ୍ରେମେ ବନ୍ଧା ତୁମ ପ୍ରେମେ ଛନ୍ଦା

ମୋ ହୃଦୟ ମୋର ମନ।

ଆଜି ଏ ରାତିରେ ତୁମରି ସାଥିରେ

ହଜିବି ମୁଁ ବଂଶୀ ସୂରେ

ଆସ ହେ ମୋହନ ଦିଅ ଦରଶନ

(ତୁମ)ପ୍ରୀତି ପାଇଁ ରାତି ଝୁରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics