STORYMIRROR

Ajayakumar Mohanty

Inspirational

3  

Ajayakumar Mohanty

Inspirational

ପରିବେଶ

ପରିବେଶ

1 min
221


ନିଜ କଲା କର୍ମ ଭୋଗୁଅଛ ନିଜେ

ଦୋଷ ବା କାହାକୁ ଦେଉଛ

ପ୍ରକୃତିର ହାନି ଘଟାଇ ଘଟାଇ

ପରିଣାମ ତାର ଭୋଗୁଛ ।


ଲକ୍ଷ୍ମଣ ରେଖାକୁ ଡେଇଁବାରୁ ସିନା

ଭୋଗୁଛ ଏତେ ଦୁର୍ଦ୍ଦଶା

ନାନା ଦୁର୍ବିପାକ ପଡୁଛି ଧରାରେ

ବର୍ଣ୍ଣିବାକୁ ନାହିଁ ଭାଷା ।


ବେଳ ଥାଉ ଥାଉ ହୁସିଆର ହୁଅ

ପରିବେଶ ସୁସ୍ଥ ରଖ

ବୃକ୍ଷ ରୋପଣ ସ୍ୱଚ୍ଛ ପରିବେଶ

ଆପଣାଇ ଥରେ ଦେଖ ।


Rate this content
Log in

Similar oriya poem from Inspirational