STORYMIRROR

Ajayakumar Mohanty

Classics

3  

Ajayakumar Mohanty

Classics

ପ୍ରେମ

ପ୍ରେମ

1 min
151

ଛପି ଛପି ଆସ ସପନରେ 

ଗୋପନରେ ତୁମ ଛୁଆଁ ଦେଇଯାଅ 

ଆଉ ତାପରେ 

ତୁମକୁ ମୁଁ ଖୋଜେ 

ମୋ ଘରର କୋଣ ଅନୁକୋଣେ 

ଅଗଣାର ଅନ୍ଧାର ଭିତରେ। 

ଅହଂକାର ଅଭିଳାଷ ନେଇ 

କେଉଁଠି ଯେ ଲୁଚି ଯାଅ ଅବା 

ଶୂନ୍ୟରେ ମିଳେଇ ଯାଅ କିଏ ଜାଣେ। 

ମୋ ମନ ହୃଦୟ ଆତ୍ମାରେ 

ମୁଁ ପୁଣି ଖୋଜେ 

ହେଲେ ନା 

ଖାଲି ତୁମ ଦେହର ବାସ୍ନାରେ

ମହକୁ ଥାଏ ମୋର ଅନୁଭବ। 

ଲୁଚକାଳି ଖେଳିବାକୁ ମନା ନାହିଁ 

ତୁମ ପାଇଁ ତୁମ ଛୁଆଁ ପାଇଁ 

ଗହଳ ନିଦଟିଏ ଦେଇ ପାରିବକି 

ସପନ ଦେଖିବା ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics