STORYMIRROR

Ajayakumar Mohanty

Inspirational

3  

Ajayakumar Mohanty

Inspirational

ନେଉଛି ଆଜି ଶପଥ

ନେଉଛି ଆଜି ଶପଥ

1 min
168


ସ୍ୱର୍ଗ ମୋର ଜନ୍ମଭୂମି

ମାତୃଭୂମି ଭାରତ

ତାହାରି ଟେକ ରଖିବାପାଇଁ

ରହିବି ସଦା ଜାଗ୍ରତ।

ସତ୍ୟ ପଥେ ଚାଲିବି ମୁଁ 

ଧର୍ମ ପଥେ ଚାଲିବି

ନିନ୍ଦା ଅପବାଦ ଯେତେ 

ସହିଲେ ମୁଁ ସହିବି

ତାମାଟି ଛୁଇଁ ଶପଥ ନେବି

ନୋହିବି କେବେ ବିବ୍ରତ।

ମଣିଷଟେ ହେବି ମୁହିଁ 

ଅମଣିଷ ହେବିନି 

ସ୍ୱାର୍ଥପାଇଁ ମନୁଷ୍ୱତ

ଜଳାଞ୍ଜଳୀ ଦେବିନି 

ନିସ୍ୱାର୍ଥ ସେବା କରିବି ମୁହିଁ

ଦେଶସେବା ମୋ ଜୀବନବ୍ରତ।

ତା ମାଟି ସୁଗନ୍ଧ ମୋତେ

କରିଛି ଯେ ପାଗଳ 

ତା ବୁକୁରେ ନାଚିଗାଇ 

ହୋଇବି ମୁଁ ବିଭୋଳ 

ପ୍ରଗତୀପଥେ ଆଗେଇ ନେବି 

ନେଉଛି ଆଜି ଶପଥ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational