STORYMIRROR

Ajayakumar Mohanty

Classics

3  

Ajayakumar Mohanty

Classics

ଶ୍ୟାମରୂପ

ଶ୍ୟାମରୂପ

1 min
163


କି ଦେଖିଲି ସଖୀରେ ମୁଁ ଯମୁନାର କୂଳେ 

ବ୍ରଜ କୁଳ ଚନ୍ଦ୍ରମା ମୋହିଲେ ମୋହର ମନ 

ତ୍ରୀଭଙ୍ଗୀ ଠାଣିରେ ତରୁ ମୂଳେ ଗୋ। ୦।

(ଶ୍ୟାମ ନାଗର ଅପୂର୍ବ ଶୋଭା 

ଆହା ଅପୂର୍ବ ମନ ଲୋଭା )

ଗୋକୁଳ ନଗର ମଧ୍ୟେ ଛନ୍ତି ନାରୀ ଯେତେ ଯେତେ 

ସେମାନଙ୍କ ପାଇଁ ନାହିଁ ବାଧା 

ନିରିମଳ କୁଳ ମାନ ଯତନେ ରଖିଛି ମୁହିଁ 

ବଂଶୀ ଡାକେ ଖାଲି ରାଧା ରାଧା। 

(ରାଧା ରାଧା ବାଂଶୀ କାହିଁକି ଡାକେ 

ଆଉ କାହା ନାମ ଧରି ନଡାକେ) 

ମଲ୍ଲିକା ଚମ୍ପକ ମାଳ ଚୂଡ଼ାରେ ହୋଇଛି ଖଞ୍ଜା 

ତା ଉପରେ ମୟୂର ଚନ୍ଦ୍ରିକା 

ସୁନ୍ଦର ବାସନା ପାଇ ଅଳି ଆସେ ଧାଇଁ ଧାଇଁ 

ଫୁଲ ମଧୁ ପିଇବାକୁ ଏକା।। 

(ଭ୍ରମର ଗୁଣୁ ଗୁଣୁ ଗୁଣୁ ଗୁଣୁ ଗୁଣୁ ଗୁଣୁ କରେ 

ଚୂଡ଼ାର ଚାରି ପାଶେ ଘେରେ) 

ଆହା କି ଚୂଡ଼ାର ଶୋଭା ଅପରୂପ ମନ ଲୋଭା 

କପାଳରେ ଚନ୍ଦନର ବିନ୍ଦୁ 

କର୍ଣ୍ଣରେ କୁଣ୍ଡଳ ସାଜେ କୋଟି ରବି ତେଜ ଗଞ୍ଜେ 

କିଶୋଭା ଦିଶନ୍ତି ଶ୍ୟାମ ବନ୍ଧୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics