STORYMIRROR

Ajayakumar Mohanty

Abstract Inspirational

4  

Ajayakumar Mohanty

Abstract Inspirational

ଜଳ ସଂକଟ

ଜଳ ସଂକଟ

1 min
327


ହାହାକାର ନିଶ୍ଚେ ପଡ଼ିବ ପୃଥିରେ

ଜଳର ଅଭାବ ପାଇଁ

ଏବେଠାରୁ ଲୋକେ ସତର୍କ ନହେଲେ

ବିପଦ ଘୋଟିବ ଭାଇ।

ଜଳସ୍ତର ହ୍ରାସ ହେଉଛି ଧରାରେ

ପାନୀୟ ଜଳ ସଙ୍କଟ

ବେଳ ଥାଉଁ ଥାଉଁ ନଚେତିଲେ ଭାଇ

ନଥିବ ଯେ ବୁଦ୍ଧିବାଟ।

ବର୍ଷା ଜଳ ସଂରକ୍ଷଣ କରିଥିଲେ

ଜଳ ଅଭାବ ମେଣ୍ଟିବ

ବୃକ୍ଷ ରୋପଣରେ ସୁଫଳ ମିଳିବ

ନିୟମିତ ବର୍ଷା ହେବ।

ସତର୍କ ନହେଲେ କୁଫଳ ଫଳିବ

ଜଳର ଅଭାବ ହେବ

ପରିଣାମ ବହୁ ବିଷମ ହୋଇବ

କିଛି ବୁଦ୍ଧି ନମିଳିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract