Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଲକ୍ଷେ ଶାଳଗ୍ରାମେ ରତନ ବେଦୀ

ଲକ୍ଷେ ଶାଳଗ୍ରାମେ ରତନ ବେଦୀ

1 min
230


ଦେବ ପୂର୍ଣ୍ଣିମାରେ     କଲୁ ତୁ ରେ ସ୍ନାନ

      କା ଳି ଆ ନାମ ଗୁଞ୍ଜନ

ଭାଇ ଓ ଭଉଣୀ     ସଙ୍ଗରେ ଘେନିଣ 

      ଭକ୍ତେ ଦେଲୁରେ ଦର୍ଶନ ।


ବସିଅଛୁ ଯାଇ  ‌     ଦେବ ମଣ୍ଡପରେ 

      ଭାଇ ଭଉଣୀ ସାଥରେ

ଲକ୍ଷେ ଶାଳଗ୍ରାମ     ରତନ ବେଦୀରେ

     ମଣିମା ଡ଼ାକ ଶୁଭେ ରେ ।


କିଏବା ନଚିହ୍ନେ      କିଏବା ନଜାଣେ

      ମହିମା ତୋର ପ୍ରଭୁହେ 

ପରା ସୃଷ୍ଟିକର୍ତ୍ତା       ଅନାଦି ଅନନ୍ତ

      ଭକ୍ତ ଗୁହାରି ଶୁଣହେ ।


ଦେବଙ୍କର ଦେବ      ତୁହି ଜଗନ୍ନାଥ

      କରିଛୁ ସବୁ ଭିଆଣ 

ଚରାଚର ପୃଥି      ସ୍ବର୍ଗ ଓ ପାତାଳ

      କରିଛୁ ପ୍ରଭୁ ନିର୍ମାଣ ।


ଲକ୍ଷେ ଶାଳଗ୍ରାମ   ରତନ ବେଦିରେ

     ବସିଅଛୁ ସିଂହାସନେ

ଶେଷ ନାଗ ରୂପେ   ବଳରାମ ଭାଇ

     ସୁଭଦ୍ରାରେ ହର୍ଷମନେ ।


ଗୃହର ସମ୍ପର୍କେ     ରହିଛୁ ସର୍ବଦା    

    ଲକ୍ଷ୍ମୀଙ୍କ ମନ୍ଦିର ପାଶେ

ହାତ ପାଦ ତୁହି   ଦେଇଛୁ ମନୁଷ୍ୟେ   

     କର୍ମ କରିବାର ଆଶେ ।


ଚକାନୟନରେ    ଦେଖୁ ରଙ୍ଗଢଙ୍ଗ

    କେଉଁ କର୍ମ କରୁଛନ୍ତି 

ସତ୍ୟ ପଥେ ରହି  କର୍ମ କରୁ ଥିଲେ

    ସାନିଧ୍ୟ ତୋର ପାଆନ୍ତି ।


ନାମ ଗାଇ ଗାଇ   ପ୍ରାଣ ଯାଉ ଏହୁ

   ବୈକୁଣ୍ଠନାଥ ହେ ତୁହି

ଦେଉ ବୈକୁଣ୍ଠରେ  ସ୍ଥାନରେ ଭକ୍ତଙ୍କୁ 

    ସତ୍ୟ ବଚନ ଟି ଏହି ।


ତୁହି ପୁରୀଧାମେ  ଅଛୁରେ କାଳିଆ 

     ଆସୁ ଅଛି ରଥଯାତ୍ରା

ମାଉସୀ ଘରକୁ   ଯିବୁ ଆଡ଼ମ୍ବରେ

    ଦେଖିବ ଗୁଣ୍ଡିଚା ଯାତ୍ରା ।


ରତ୍ନ ବେଦୀ ପରେ  ବସି ଅଛୁ ତୁହି

    ନାରାୟଣ ନାରାୟଣ

ଲକ୍ଷେ ଶାଳଗ୍ରାମ   ରତନ ବେଦିକୁ

    ଜଗତ କରେ ପ୍ରଣାମ ।


Rate this content
Log in

Similar oriya poem from Abstract