STORYMIRROR

Debabrata Jena

Abstract Inspirational Others

3  

Debabrata Jena

Abstract Inspirational Others

କୁମାର ପୁନେଇଁ

କୁମାର ପୁନେଇଁ

1 min
13K


ରେ ପୁନେଇଁ ଜହ୍ନ ପକାଉଛି ରାଣ

ମୋ ପ୍ରିୟା "ଜାହ୍ନବୀ" ରହିଛି ଚାହିଁ

ଦରଶନେ ତା'ର ପୁରିବ ତା' ବାର

ଅଧୀର ହେଲାଣି ମନ ତୋ ପାଇଁ ।।(୧)

ଫି.. ବରଷକୁ ଏଇ ଦିନଟିକୁ

ଅନୁରାଗୀ ମୋର କରେ ଅପେକ୍ଷା

ତା'ର ତନୁ-ମନ ଫେଡ଼ିଣ ନୟନ

ଅପଲକେ ତୋତେ କରେ ପ୍ରତୀକ୍ଷା ।।(୨)

କୁମାରୀ ମନର ଆଶା ଅସୁମାର

କେତେ ସ୍ଵପ୍ନ ସବୁ ମାରଇ ଉଙ୍କି

ସେ ସପନେ ମଗ୍ନ ଅପେକ୍ଷା ଏ ଲଗ୍ନ

କୁମାର ପୂର୍ଣ୍ଣିମା ବ୍ରତ ପାଇଁକି ।।(୩)

ମକର, ବଉଳ ହେନା ,ଯୁଇ, ମାଳ

ରୂପସୀ ,ମାନସୀ ,ଭାଗ୍ୟଶ୍ରୀ, ନିଶି

ମୋ ପ୍ରିୟା ଜାହ୍ନବୀ ସଙ୍ଗତେ ଭାର୍ଗବୀ

କୁମାର ପୁନେଇଁ ପାଳିବେ ମିଶି।।(୪)


Rate this content
Log in

Similar oriya poem from Abstract