STORYMIRROR

Niranjan Mishra

Abstract

4  

Niranjan Mishra

Abstract

ସ୍ନାନ ପୂର୍ଣ୍ଣିମା

ସ୍ନାନ ପୂର୍ଣ୍ଣିମା

1 min
232


ଆଜି ତ ସ୍ନାନ ପୂର୍ଣ୍ଣିମା

ସ୍ନାନ ମଣ୍ଡପରେ କଳା ମଣିମା

ବଉଳ ଲୋ

କି ଦେବା ତାଙ୍କୁ ଉପମା

ବଉଳ ଲୋ ।


ହେଲା ଜ୍ୟେଷ୍ଠମାସ ଶେଷ

ଗ୍ରୀଷମର ତାପ ଲାଗେ ବିଶେଷ

ବଉଳ ଲୋ

ପ୍ରଭୁ ସ୍ନାନ ମଣ୍ଡପେ ପ୍ରବେଶ

ବଉଳ ଲୋ ।


ପହଣ୍ଡିରେ ବିଜେ କରି

ଭାଇ ଭଉଣୀଙ୍କୁ ସଙ୍ଗତେ ଧରି

ବଉଳ ଲୋ

ପ୍ରଭୁ ଆସିଛନ୍ତି ସ୍ନାନ କରି

ବଉଳ ଲୋ ।


ଚକ୍ରରାଜ ସୁଦର୍ଶନ

ସଙ୍ଗେ ଆସିଛନ୍ତି କରିବେ ସ୍ନାନ

ବଉଳ ଲୋ

ଆଜି ଦେବେ ଦୁର୍ଲ୍ଲଭ ଦର୍ଶନ

ବଉଳ ଲୋ ।


ଗତକାାଲି ଠାରୁ ପାଣି

ସୁନାକୂଅରୁ ତା ସେବକେ ଆଣି

ବଉଳ ଲୋ

ଅଧିବାସିତ କରିଲେ ପୁଣି

ବଉଳ ଲୋ ।


ବଳଭଦ୍ରଙ୍କୁ ତେତିଶି

କଳା ମଣିମାଙ୍କୁ ପଇଁତିରିଶି

ବଉଳ ଲୋ

ମା ସୁଭଦ୍ରାଙ୍କୁ ବାଇଶି

ବଉଳ ଲୋ ।


ସୁଦର୍ଶନଙ୍କୁ ଅଠର

ଗଡୁ ଜଳେ ସ୍ନାନ କେଡେ ସୁନ୍ଦର

ବଉଳ ଲୋ

ହାତୀ ବେଶ ହେଲେ ପ୍ରଭୁ ମୋର

ବଉଳ ଲୋ ।


ବଳଭଦ୍ର ଧଳାହାତୀ

କଳା ମଣିମା ମୋ କାଳିଆ ହାତୀ

ବଉଳ ଲୋ

କୁମାରୀ ବେଶ ସୁଭଦ୍ରା ସତୀ

ବଉଳ ଲୋ ।


ଗୋପାଳ ଦାସ ମଠରୁ

ରାଘବ ଦାସଙ୍କ ମଠ ଭିତରୁ

ବଉଳ ଲୋ

ବେଶ ଦ୍ରବ୍ଯ ଆସୁଛି ଆଗରୁ

ବଉଳ ଲୋ ।


ଭକ୍ତ ଗଣପତି ଭଟ୍ଟ

ଗଣେଶ ଦର୍ଶନେ ହେଲେ ଉଚ୍ଚାଟ

ବଉଳ ଲୋ

ତାଙ୍କ ପାଇଁ ହେଲା ଏତେ ନାଟ

ବଉଳ ଲୋ ।


ଗଜପତି ମହାରାଜା

ଛେରାପହଁରିଲେ ଲାଗିଲା ମଜା

ବଉଳ ଲୋ

କରିଲେ ଆଳତି ପୂଜା

ବଉଳ ଲୋ ।


ଦରଶନେ ହାତୀବେଶ

ପାତକରାଶି ହରଇ ଅଶେଷ

ବଉଳ ଲୋ

ପୂରଇ ଭକ୍ତ ମାନସ

ବଉଳ ଲୋ ।


Rate this content
Log in

Similar oriya poem from Abstract