STORYMIRROR

suvendu Meher

Abstract

3  

suvendu Meher

Abstract

ମୁଁ ସେଇଠିକି ଫେରିଛି

ମୁଁ ସେଇଠିକି ଫେରିଛି

1 min
144

ମୁଁ ସେଇଠିକି ଫେରିଛି

ଯେଉଁଠି ଦିନେ

ମଲ୍ଲୀ ଫୁଲିଆ ସନ୍ଧ୍ୟା ଆକାଶର ଜହ୍ନକୁ

ଚୋରେଇ ନେଇଥିଲେ

କେଇଖଣ୍ଡ କଳାଘୁମୁର ମେଘ

ସେ ଦିନ ସାରାରାତ୍ରୀ ବର୍ଷା ଓ ଅନ୍ଧାର

ଯେଉଁଠି କବିତାର ବାସ୍ନା ଖୋଜୁ ଖୋଜୁ

ମାଟିରୁ ମାଟି ପାଲଟିଥିଲା

ଗୋଟେ ମାତାଲ ଈଶ୍ୱର ।


ମୁଁ ସେଇଠିକି ଫେରିଛି

ସେ ଦିନ ମାଟି ପଲଟିଥିବା ଈଶ୍ୱର ଆଜି ଗଛ

ଗଛ କହିଲେ ଗୋଟେ

ପ୍ରିୟତମ ନକ୍ସା ଜୀବନର ।


ମୁଁ ସେଇଠିକି ଫେରିଛି

ଯେଉଁଠି ବିନା ପ୍ରତିବାଦ ରେ

ଗୋଟିଏ ଦୃଶ୍ୟକୁ ଫି ଥର

ଦେଖି ଚାଲିଥିଲେ

ନିଶାଖୋର ଦର୍ଶକ

ବିଖଣ୍ଡିତ ସଂଲାପ ମାନେ

ଖୋଜୁଥିଲେ

ସ୍ଥିର ପୃଷ୍ଠା ଟିଏ ।


Rate this content
Log in

Similar oriya poem from Abstract